ଭୁବନେଶ୍ୱର, କଟକ ଷ୍ଟେସନ୍‌ରେ ନାଲ୍‌କୋର ବ୍ୟାଟେରି ଗାଡ଼ି ସେବା

ଭୁବନେଶ୍ୱର: ନାଲ୍‌କୋ ପକ୍ଷରୁ ଭୁବନେଶ୍ୱର ଓ କଟକ ରେଳ ଷ୍ଟେସନ୍‌ରେ ବ୍ୟାଟେରି ଚାଳିକ ଯାନ ବା ଇଲେକ୍ଟ୍ରିକ୍‌ ଯାନର ବ୍ୟବସ୍ଥା କରାଯାଇଛି। ଏହା ଦ୍ୱାରା ଦିବ୍ୟାଙ୍ଗ, ରୋଗରେ ପୀଡ଼ିତ ଓ ବରିଷ୍ଠ ନାଗରିକ ଯାତ୍ରୀମାନେ ଉପକୃତ ହେବେ। ମାଗଣାରେ ଏହି ସେବା ଉପଲବ୍ଧ ହେବ। ଏହି ସେବାକୁ ନାଲ୍‌କୋର ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦ ଓ ଖୋର୍ଧା ଡିଭିଜନ୍‌ର ରେଳବାଇ ପ୍ରବନ୍ଧକ ବ୍ରଜମୋହନ ଅଗ୍ରଓ୍ଵାଲ୍‌ ଉଦ୍‌ଘାଟନ କରିଛନ୍ତି। ଶ୍ରୀ ଚାନ୍ଦ କହିଛନ୍ତି ଯେ ଏହି ଇଲେକ୍ଟ୍ରିକ୍‌ ଯାନ ସେବାର ପରିଚାଳନା ଏବଂ ରକ୍ଷାଣାବେକ୍ଷଣ ନାଲ୍‌କୋ ତତ୍ତ୍ୱାବଧାନରେ ବିଶେଷଜ୍ଞ ସଂସ୍ଥା ଦ୍ୱାରା କରାଯିବ। ନାଲ୍‌୍‌କୋର ଉଦ୍ୟମକୁ ଶ୍ରୀ ଅଗ୍ରଓ୍ଵାଲ୍‌ ପ୍ରଶଂସା କରିଛନ୍ତି। ଏହି ଅବସରରେ ରେଳବାଇ ଓ ନାଲ୍‌କୋ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଉଭୟ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ନାଲ୍‌କୋ ଏବଂ ରେଲ୍‌ୱେ ମଧ୍ୟରେ ଏକ ବୁଝାମଣାପତ୍ର ମଧ୍ୟ ସ୍ୱାକ୍ଷରିତ ହୋଇଥିଲା। ଚଳିତ ବର୍ଷ ମାର୍ଚ ମାସରେ ପୁରୀ ରେଳ ଷ୍ଟେସନ୍‌ଠାରେ ନାଲ୍‌କୋ ପକ୍ଷରୁ ନିଶୁଳ୍କ ଇଲେକ୍ଟ୍ରିକ୍‌ ଯାନ ସେବା ଆରମ୍ଭ କରାଯାଇଥିଲା।

ସମ୍ବନ୍ଧିତ ଖବର