ଭୁବନେଶ୍ବର ମ୍ୟୁଜିକ ସର୍କଲର ବାର୍ଷିକ ସମ୍ମାନୋତ୍ସବ

ଭୁବନେଶ୍ବର: ଭୁବନେଶ୍ୱର ମ୍ୟୁଜିକ୍ ସର୍କଲ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ହିନ୍ଦୁସ୍ଥାନୀ ସଙ୍ଗୀତରେ ଉତ୍କୃଷ୍ଟତା ପାଇଁ ବାର୍ଷିକ ପୁରସ୍କାର ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କଣ୍ଠଶିଳ୍ପୀ ଲକ୍ଷ୍ମୀପ୍ରିୟା ନାୟକଙ୍କୁ ହରିହର ସମ୍ମାନରେ ସମ୍ମାନିତ କରାଯାଇଥିଲା। ପୁରସ୍କାର ବାବଦକୁ ତାଙ୍କୁ ୧୫ ହଜାର ଟଙ୍କା ସହ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା। ପରେ ଗତ ଜାନୁଆରି ୬ରେ ସର୍କଲ ପକ୍ଷରୁ ଆୟୋଜିତ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଶୁଭଶ୍ରୀ ରାଉତ, ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ସ୍ଥିତିପଦ୍ମା ଦାଶ ଓ ସୁମନ ସୁନୟନା ଏବଂ ତୃତୀୟ କୃତୀ ପ୍ରତିଯୋଗୀ ଆଶିଷ କୁମାର ପ୍ରଧାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସେମାନଙ୍କୁ ଯଥାକ୍ରମେ ୧୦ ହଜାର, ୫ ହଜାର ଓ ୩ ହଜାର ଟଙ୍କା ଲେଖାଏ ଅର୍ଥ ରାଶି ପୁରସ୍କାର ସ୍ବରୂପ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଶାସକ ଅରବିନ୍ଦ ବେହେରା, ଗୁରୁ ରାମହରି ଦାସ, ଅବସରପ୍ରାପ୍ତ ପ୍ରଶାସକ ଡି. କେ ରାୟ ଯୋଗ ଦେଇଥିଲେ। ଶେଷରେ ପରିବେଷିତ ଶାସ୍ତ୍ରୀୟ ସଙ୍ଗୀତର ମୁର୍ଚ୍ଛନା ଓ ଭଜନର ଭକ୍ତିଭାବରେ ଶ୍ରୋତା ବିମୋହିତ ହୋଇଥିଲେ। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ମୀରା ପଣ୍ଡା ଓ ପରିଚାଳନା କରିଥିଲେ ସଙ୍ଗୀତା ଗୋସାଇଁ।

ସମ୍ବନ୍ଧିତ ଖବର