ବିମାନବନ୍ଦର ପାଇଁ ଜାଗମରାରୁ ଆସିବ ଦେଢ଼ ଏକର ଜମି

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାବନ୍ଦରରେ ବିମାନ ପରିଚାଳନାରେ ଦେଖାଯାଉଥିବା ସମସ୍ୟା ଦୂର କରିବା ପାଇଁ ରାଜ୍ୟ ସରକାର ଜାଗମରା ଗ୍ରାମର ପ୍ରାୟ ଦେଢ଼ ଏକର ଜମି ଅଧିଗ୍ରହଣ କରିବେ। ଏଥିରେ ଜାଗମରା ଗ୍ରାମରୁ ୧.୦୭ ଏକର ଜମି ଅଧିଗ୍ରହଣ ହେବ। ଯେଉଁ ବ୍ୟକ୍ତିଙ୍କଠାରୁ ଜମି ଅଧିଗ୍ରହଣ ହେବ ସେମାନଙ୍କର ଥଇଥାନ ପାଇଁ ୫୭ଲକ୍ଷ ଏକ ହଜାର ୮୬୪ଟଙ୍କା ମଞ୍ଜୁର ହୋଇଛି। ସେହିପରି ବିମାନବନ୍ଦରର ବିକାଶ ପାଇଁ ଜାଗମରା ମୌଜାର ଆଉ ୦.୫୯୨ଏକର ଜମି ଅଧିଗ୍ରହଣ ହେବାକୁ ଥିବାବେଳେ ଏହାର ପ୍ରଭାବ ଏବଂ ସମସ୍ତ ତଥ୍ୟ ଗ୍ରହଣ ପାଇଁ ନବକୃଷ୍ଣ ଚୌଧୁରୀ ସେଣ୍ଟର ଫର୍‌ ଡେଭଲପମେଣ୍ଟ ଷ୍ଟଡିଜ୍‌କୁ ୧ଲକ୍ଷ ୮୧ହଜାର ୫୬ଟଙ୍କ ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି। ଏହି ରିପୋର୍ଟ ଆଧାରରେ ଜମି ଅଧିଗ୍ରହଣ ହେବ ଏବଂ କ୍ଷତିଗ୍ରସ୍ତ ହେବାକୁ ଥିବା ଲୋକଙ୍କୁ ଆବଶ୍ୟକ ସହାୟତା ମିଳିବ।

ସମ୍ବନ୍ଧିତ ଖବର