ବିଆଇଆଇଟିଏମ୍‌ରେ ସ୍ନାତକ ଶିକ୍ଷାର୍ଥୀ ସମାରୋହ

ଚନ୍ଦ୍ରଶେଖରପୁର : ପଟିଆସ୍ଥିତ ବିଆଇଆଇଟିଏମ୍‌ରେ ଷଷ୍ଠ ଆନ୍ତଃମହାବିଦ୍ୟାଳୟ ‘ସ୍ନାତକ ଶିକ୍ଷାର୍ଥୀ ସମାରୋହ-୨୦୧୮’ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ପ୍ରଫେସର ପ୍ରତାପ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ରାଜ୍ୟର ୩୦ଟି ମହାବିଦ୍ୟାଳୟରୁ ୪୦୦ରୁ ଊର୍ଧ୍ୱ ଛାତ୍ରଛାତ୍ରୀ, ଶିକ୍ଷକ/ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ଅନୁଷ୍ଠାନର ଇଂରାଜୀ ବିଭାଗର ପ୍ରଫେସର୍‌ ଡ. ବି କେ ବଳ କଠିନ ପରିଶ୍ରମ ଓ ନିଷ୍ଠା ବଳରେ ବିଦ୍ୟାର୍ଥୀମାନେ ନିଜର ସ୍ୱପ୍ନ ଚରିତାର୍ଥ କରିପାରିବା ନେଇ ମତ ଦେଇଥିଲେ। ଏହି ଅବସରରେ କୁଇଜ୍‌, ଟ୍ରେଜର ହଣ୍ଟ୍‌, ଆର୍କ ବିଲ୍‌ଡିଂ, ରଙ୍ଗୋଲି, ନୃତ୍ୟ ଏବଂ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଦୀପଙ୍କର କାନୁନ୍‌ଗୋ, ତାପସି ଦାସ, କମଳ ସିଂ, ନିହାର ରଞ୍ଜନ ରଥ ପ୍ରମୁଖଙ୍କ ସମେତ ଅନୁଷ୍ଠାନର ଅଧ୍ୟାପକ ଓ କର୍ମଚାରୀମାନେ ସମସ୍ତ କାର୍ଯ୍ୟ ସୁଚାରୁରୂପେ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର