ବୈଜୟନ୍ତ ଓ ଅଭିଜିତଙ୍କୁ ବିରୋଧ ରାସ୍ତାକୁ ଓହ୍ଲାଇଲା ଯୁବ ଛାତ୍ର ବିଜେଡି

ଭୁବନେଶ୍ୱର: କୋଣାର୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଜିତ ଆୟର ମିତ୍ର ଓ ଚିଲିକାରେ ହେଲିକପ୍ଟର ଉଡ଼ାଇ ପରିବେଶ ନିୟମ ଉଲ୍ଲଂଘନ କରିଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ବିଜେଡିର ଯୁବ ଓ ଛାତ୍ର ଶାଖା ରାସ୍ତାକୁ ଓହ୍ଲାଇଛି। ଆଜି ବିଜୁ ଯୁବ ଜନତା ଦଳର ସଭାପତି ଅମରେଶ ପତ୍ରୀ ଓ ବିଜୁ ଛାତ୍ର ଜନତାର ସଭାପତି ରାଣା ପ୍ରତାପ ପାତ୍ରଙ୍କ ନେତୃତ୍ୱରେ ଶତାଧିକ କର୍ମୀ ମାଷ୍ଟର୍‌ କ୍ୟାଣ୍ଟିନ୍‌ ଛକରେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଓଡ଼ିଆଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଜିତ ଓ ଚିଲିକାର ଜୈବ ବିବିଧତା ନଷ୍ଟ କରିଥିବା ବୈଜୟନ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଥିଲେ। ଶେଷରେ ଉଭୟଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଜୁ ଯୁବ ଜନତା ଦଳର ଉପଦେଷ୍ଟା ଅମରେଶ ଜେନା, ମହାସଚିବ ଶିଶିର ପରିଜା, ଉପସଭାପତି ଦୁର୍ଗା ସାମନ୍ତରାୟ, ଭୁବନେଶ୍ୱର ଜିଲ୍ଲା ଯୁବ ସଭାପତି ଅମରଜିତ ସେନାପତି, ବିଜୁ ଛାତ୍ର ଜନତା ଉପଦେଷ୍ଟା ଚିନ୍ମୟ ସାହୁ, ଭୁବନେଶ୍ୱର ଜିଲ୍ଲା ଛାତ୍ର ସଭାପତି କଳ୍ପତରୁ ଦାସ ଓ ଜୋନ୍‌ ସଭାପତି ଅଜିତ ବେହେରା ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର