ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟାଳୟ ଉଦ୍‌ଘାଟିତ

ଭୁବନେଶ୍ୱର : ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟାଳୟ ଆଜି ଉଦ୍‌ଘାଟିତ ହୋଇଛି। ୟୁନିଟ୍‌-୬ସ୍ଥିତ ଭିଆଇଏମ୍‌ଆର୍‌-୧୦ରେ ଏହି କାର୍ଯ୍ୟାଳୟକୁ ଆଜି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। କାର୍ଯ୍ୟକ୍ରମରେ ବିଜେଡି ସାଧାରଣ ସମ୍ପାଦକ(ଯୁବ ବ୍ୟାପାର) ସଞ୍ଜୟ ଦାସବର୍ମା, ଦେବାଶିଷ ସାମନ୍ତରାୟ (ରାଜ୍ୟ ସଂଯୋଜକ-ଜୀବନ ବିନ୍ଦୁ) ଓ ରାଜ୍ୟ ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ ଉପସ୍ଥିତ ଥିଲେ। ଏହି ଅବସରରେ ବିଜୁ ଛାତ୍ର ଜନତା ଦଳର ସାଧାରଣ ସମ୍ପାଦକ ବିଶ୍ୱପ୍ରତାପଙ୍କ ନେତୃତ୍ୱରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ବର୍ତ୍ତମାନଠାରୁ ଏହି ନୂଆ କାର୍ଯ୍ୟାଳୟରୁ ବିଜୁ ଯୁବ ଜନତା ଦଳର ସମସ୍ତ ସାଂଗଠନିକ କାର୍ଯ୍ୟ କରାଯିବା ସହ ଯୁବ ସମାଜର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଉଦ୍ୟମ ତଥା ସେମାନଙ୍କୁ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାରେ ସାମିଲ୍‌ କରାଯିବା ପାଇଁ କାର୍ଯ୍ୟ କରାଯିବ ବୋଲି ସଭାପତି ଅମରେଶ ପତ୍ରୀ କହିଛନ୍ତି।


 

ସମ୍ବନ୍ଧିତ ଖବର