ବାଇକ୍‌କୁ ଧକ୍କାଦେଇ ହ୍ରଦରେ ପଶିଲା କାର୍‌, ଜଣେ ଗୁରୁତର

ବାରଙ୍ଗ: ନନ୍ଦନକାନନ ଛକ ପାଖ ମୁଖ୍ୟ ରାସ୍ତାରେ ଏକ କାର (ଓଆର୍‌-୦୨ଏଡି-୫୪୦) ଏକ ବାଇକ୍‌ (ଓଡି ୦୨-କେ-୬୮୪୦)କୁ ପଛରୁ ଧକ୍କା ଦେବାରୁ ଏହାର ଚାଳକ ଗୁରୁତର ଆହତ ହୋଇଛନ୍ତି। ଧକ୍କା ଦେଇ କାର୍‌ଟି ରାସ୍ତା ପାର୍ଶ୍ୱରେ ଥିବା ହ୍ରଦ ମଧ୍ୟକୁ ପାଶି ଯାଇଛି। ବାଇକ ଚାଳକ ଜଣକ ସ୍ଥାନୀୟ ଚଣ୍ଡିପ୍ରସାଦ ଗ୍ରାମର ପ୍ରଦୀପ ମଣ୍ଡଳ (୩୨)। ତାଙ୍କୁ ଗୁରୁତର ଅବସ୍ଥାରେ ହ୍ରଦ ମଧ୍ୟରୁ ଉଦ୍ଧାର କରାଯାଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତି କରାଯାଇଛି। ନନ୍ଦନକାନନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାର୍‌ ଓ ବାଇକ୍‌କୁ ଜବତ କରିବା ସହିତ କାର ଚାଳକ ଓ ମାଲିକଙ୍କୁ ଅଟକ ରଖିଛି।

ସମ୍ବନ୍ଧିତ ଖବର