ଟ୍ରାଫିକ୍‌ ପୋଷ୍ଟରେ ପିଟି ହୋଇ ବାଇକ୍‌ ଚାଳକଙ୍କ ମୃତ୍ୟୁ

ଭୁବନେଶ୍ୱର : ରବୀନ୍ଦ୍ରମଣ୍ଡପ ନିକଟ ଟ୍ରାଫିକ୍‌ ପୋଷ୍ଟରେ ପିଟି ହୋଇ ଜଣେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ତନ୍ମୟ ଦାସ। ଖାରବେଳନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତହେଦକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା।

ପୁଲିସ ସୂଚନା ମୁତାବକ, ଗୁରୁବାର ବିଳମ୍ବିତ ରାତିରେ ତନ୍ମୟ ୧୨୦ ବାଟାଲିୟନ୍‌ରୁ ରବୀନ୍ଦ୍ରମଣ୍ଡପ ଆଡ଼କୁ ଆସୁଥିଲେ। ତେବେ ରବୀନ୍ଦ୍ରମଣ୍ଡପ ନିକଟରେ ତନ୍ମୟ ଭାରସାମ୍ୟ ହରାଇ ବାଇକ୍‌କୁ ଟ୍ରାଫିକ୍‌ ପୋଷ୍ଟରେ ପିଟି ଦେଇଥିଲେ। ଏଥିରେ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ପ୍ରଚୁର ରକ୍ତସ୍ରାବ ଯୋଗୁଁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଖାରବେଳନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ରବୀନ୍ଦ୍ରଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର