ଡମଣା ଛକରେ ବାଇକର୍‌ଙ୍କ ଉତ୍ପାତ, ୨ ବରିଷ୍ଠ ନାଗରିକ ଆହତ

ଚନ୍ଦ୍ରଶେଖରପୁର : ଡମଣା ଛକରେ ଆଜି ରାତି ପ୍ରାୟ ସାଢ଼େ ୮ଟା ବେଳେ ଦୁଇ ଜଣ ବାଇକର୍‌ ରେସିଂ ବାଇକ୍‌ ଧରି ଷ୍ଟଣ୍ଟ୍‌ କରୁଥିବା ବେଳେ ଏକ ମୋପେଡ୍‌ରେ ଯାଉଥିବା ଦୁଇ ଜଣ ବରିଷ୍ଠ ନାଗରିକ ରାସ୍ତା ଉପରେ ନିୟନ୍ତ୍ରଣ ହରାଇ ଦୁର୍ଘଟଣାର ଶିକାର ହୋଇଛନ୍ତି। ସେମାନେ ହେଲେ ଶୈଳଶ୍ରୀବିହାରର ହରିଓମ୍‌ ପ୍ରକାଶ ରାୟ ଓ ପ୍ରଶାନ୍ତ କୁମାର ରାଉତ। ଉଭୟ ମ୍ୟାଗନେଟ୍‌ ଛକରେ ଥିବା ଏକ କଲ୍ୟାଣ ମଣ୍ଡପରୁ ଏକ ଭୋଜି ଖାଇ ଫେରୁଥିବା ବେଳେ ଦୁଇ ଜଣ ବାଇକର୍‌ ମ୍ୟାଗନେଟ୍‌ ଛକ ଦିଗରୁ ଦୁଇଟି ରେସିଂ ବାଇକ୍‌ରେ ଜୋରରେ ଶବ୍ଦକରି ରାସ୍ତାରେ ଗାଡ଼ି ଷ୍ଟାଣ୍ଡକୁ ଘୋଷାଡ଼ି ନିଆଁ ବାହାର କରି ଆସୁଥିବା ବେଳେ ସେମାନଙ୍କ ଉତ୍ପାତ ଦେଖି ଛାନିଆରେ ଛିଟିକି ପଡ଼ିଥିଲେ। ଫଳରେ ଖଣ୍ଡିଆ ଖାବରା ହୋଇଥିଲେ। ଏନେଇ ପିସିଆର୍‌କୁ ସୂଚନା ଦିଆଯିବାରୁ ସେହି ବାଇକର୍‌ମାନଙ୍କୁ ପୁଲିସ୍‌ କାବୁ କରିବାପାଇଁ ପ୍ରୟାସ କରିଥିଲା। ହେଲେ ସେମାନେ ଜୟଦେବ ବିହର ଦିଗକୁ ପଳାଇଥିଲେ। ଅପରପକ୍ଷରେ ଡମଣା ଛକରେ ଥିବା ଏକ କ୍ଲିନିକ୍‌ ମାଲିକ ବରିଷ୍ଠ ନାଗରିକଙ୍କୁ ଆଶୁ ଚିକିତ୍ସା କରି ଛାଡ଼ିଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର