ଗୁରୁ ବିଚିତ୍ରାନନ୍ଦଙ୍କୁ ‘ବିମୋହନ କଳା’ ସମ୍ମାନ

ଭୁବନେଶ୍ୱର : ବିମୋହନା କ୍ରିଏଟିଭ୍‌ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଭଞ୍ଜକଳା ମଣ୍ଡପଠାରେ ଦ୍ୱିତୀୟ ବିମୋହନା କଳା ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବେ ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ, ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ବିପିନ୍‌ ବିହାରୀ ମିଶ୍ର, ସଙ୍ଗୀତା ଗୋସ୍ୱାଇଁ, ମୀରା ପରିଡ଼ା, ବରିଷ୍ଠ ସାମ୍ବାଦିକ କେଦାର ମିଶ୍ର, ନୃତ୍ୟଶିଳ୍ପୀ ସୁଜାତା ମହାପାତ୍ର, ପଦ୍ମାଳୟା ଗରାବଡ଼ୁ, ଡ. ସ୍ନେହପ୍ରଭା ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଗୁରୁ ବିଚିତ୍ରାନନ୍ଦ ସ୍ୱାଇଁଙ୍କୁ ଦ୍ୱିତୀୟ ବିମୋହନ କଳା ସମ୍ମାନ୨୦୧୭ ପ୍ରଦାନ କରାଯାଇଥିଲା। ଏଥିସହିତ ଶୁଭଲକ୍ଷ୍ମୀ ପାଢ଼ୀ, ସୋନାଲି ମିଶ୍ର, ପଙ୍କଜ ପ୍ରଧାନ, ମୀରା ଦାସ ଏବଂ ରଶ୍ମି ରଂଜନ ବାରିକଙ୍କୁ ସମ୍ବର୍ଧିତ କରାଯାଇଥିଲା। ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରଥମେ ଶୁଭଲକ୍ଷ୍ମୀ ପାଢୀ ‘ତ୍ରାହି ଦୁର୍ଗା’ ପରିବେଷଣ କରିଥିଲେ। ଶିଳ୍ପୀ ମୀରା ଦାସ ଲାଜରେ ସରିଗଲି ଆଜ ଓ ‘ମୋକ୍ଷ’ ପରିବେଷଣ କରିଥିଲେ। ଡ. ମୃତ୍ୟୁଞ୍ଜୟ ରଥ ଉତ୍ସବ ସଂଯୋଜନା କରିଥିଲେ। ଅନୁଷ୍ଠାନର ନିର୍ଦ୍ଦେଶକ ରଶ୍ମି ରଂଜନ ବାରିକଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ସମ୍ବନ୍ଧିତ ଖବର