ବୀର ସୁରେନ୍ଦ୍ର ସାଏଙ୍କ ଶ୍ରାଦ୍ଧ ଦିବସ

ଭୁବନେଶ୍ୱର: ଉତ୍କଳ ସମ୍ମିଳନୀ ଓ ବୀର ସୁରେନ୍ଦ୍ର ସାଏ ନଗର ଉନ୍ନୟନ ସମିତି ପକ୍ଷରୁ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ୧୩୪ତମ ଶ୍ରାଦ୍ଧ ଦିବସ ଆଜି ଭିଏସ୍‌ଏସ୍‌ ନଗରଠାରେ ପାଳିତ ହୋଇଯାଇଛି। ଉତ୍କଳ ସମ୍ମିଳନୀ ମଞ୍ଚେଶ୍ୱର ଶାଖା ସଭାପତି ଦିଲ୍ଲୀପ ଦାଶଶର୍ମାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉତ୍କଳ ସମ୍ମିଳନୀ କଟକ ଜିଲ୍ଲା ଶାଖା ସଭାପତି ରବିରଞ୍ଜନ ସାହୁ ଓ ସ୍ଥାନୀୟ କର୍ପୋରେଟର ରଶ୍ମିତା ମହାନ୍ତି ପ୍ରମୁଖ ଉପସ୍ଥିତ ରହି ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏଥିରେ ନିରାକାର ମହାଳିକ, ଗୋବିନ୍ଦ ଚନ୍ଦ୍ର ସୁବୁଦ୍ଧି, ଅଶୋକ ପାଲଟାସିଂହ, ଶିବପ୍ରସାଦ ମିଶ୍ର, କୋଷାଧ୍ୟକ୍ଷ ମହେଶ୍ୱର ବିଶ୍ୱାଳ ଓ ନିମାଇଁ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର