ନନ୍ଦନକାନନକୁ ବାର୍ଡ ଫ୍ଲୁ ଭୟ, ଆଖପାଖରେ ମରି ପଡ଼ିଛନ୍ତି କାଉ

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଆଖ ପାଖ ଅଞ୍ଚଳରେ କାଉ ମରି ପଡ଼ିଥିବା ଦେଖାଯାଇଛି।  ସ୍ଥାନୀୟ ଦାରୁଠେଙ୍ଗ, ନନ୍ଦନକାନନ ବସ୍‌ଷ୍ଟାଣ୍ଡ୍‌, ବରଛକ ଆଦି ସ୍ଥାନରେ କାଉ ମରି ପଡ଼ିଛନ୍ତି। ତେବେ କାଉଗୁଡ଼ିକ ବାର୍ଡ‌୍ ଫ୍ଲୁ ଯୋଗୁ କି ଅନ୍ୟ କାରଣରୁ ମରିଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ। ଅନ୍ୟପକ୍ଷରେ ନନ୍ଦନକାନନରେ ବହୁ ସଂଖ୍ୟାରେ ପକ୍ଷୀ ରହୁଥିବାରୁ ସେଠାରେ ବାର୍ଡ ଫ୍ଲୁ ଭୟ ଦେଖାଯାଇଛି। ପକ୍ଷୀମାନଙ୍କୁ ସୁରକ୍ଷିତ ରଖିବା ପାଇଁ ନନ୍ଦନକାନନ କର୍ତୃପକ୍ଷ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା ଜରୁରୀ ହୋଇ ପଡ଼ିଛି। ନନ୍ଦନକାନନରେ ଗେଣ୍ତାଳିଆ, କାଉ, ବଗ, ମାଛରଙ୍କା ଆଦି ପକ୍ଷୀ ରହୁଥିବା ବେଳେ କାଞ୍ଜିଆ ହ୍ରଦ ପାଇଁ ବହାରୁ ଅନ୍ୟ ବିଦେଶୀ ପକ୍ଷୀ ମଧ୍ୟ ଆସିଥାନ୍ତି।

ସମ୍ବନ୍ଧିତ ଖବର