୨୮୪ କୁକୁର ଓ ୭ ବିଲେଇଙ୍କ ଅସ୍ତ୍ରୋପଚାର

ଜଳାତଙ୍କମୁକ୍ତ ଭୁବନେଶ୍ୱର କାର୍ଯ୍ୟକ୍ରମ ଉଦ୍‌ଯାପିତ

ଭୁବନେଶ୍ୱର : ପିପୁଲ ଫର ଆନିମଲ ପକ୍ଷରୁ ମାସେ ବ୍ୟାପି ଚାଲିଥିବା ‘ମିସନ୍‌ ରାବିଜ୍‌’ କାର୍ଯ୍ୟକ୍ରମ ଆଜି ଓୟୁଏଟି ପରିସରରେ ଉଦ୍‌ଯାପିତ ହୋଇଯାଇଛି। ୧ ମାସ ମଧ୍ୟରେ ୨୮୪ କୁକୁର ଓ ୭ ବିଲେଇଙ୍କ ବନ୍ଧ୍ୟାକରଣ କରାଯାଇଥିଲା।

ରାଜଧାନୀକୁ ଜଳାତଙ୍କ ମୁକ୍ତ କରିବା ପାଇଁ ‘ମିସନ୍‌ ରାବିଜ୍‌’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନଭେମ୍ବର ୨୦ତାରିଖରୁ ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିଥିଲା। ଏଥିପାଇଁ ଓୟୁଏଟିରେ ପଢ଼ୁଥିବା ପିଜି ଛାତ୍ରଛାତ୍ରୀଙ୍କୁ ବନ୍ଧ୍ୟାକରଣ ନେଇ ତାଲିମ ପ୍ରଦାନ କରାଯାଇଥିଲା। ୨ଟି ଟ୍ରେନିଂ ବ୍ୟାଚ୍‌ରେ ୨୦ଜଣ ଛାତ୍ରଛାତ୍ରୀ ତାଲିମ ନେଇଥିଲେ। ବନ୍ଧ୍ୟାକରଣ ମଧ୍ୟରେ ରାଜଧାନୀର ସମସ୍ତ ବୁଲା କୁକୁର ରହିଥିବା ବେଳେ ୭ ଘରୋଇ ବିଲେଇଙ୍କ ଅସ୍ତ୍ରୋପଚାର ହୋଇଥିଲା।

ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମିସନ ରାବିଜ୍‌ ଟ୍ରେନିଂ ପ୍ରୋଗ୍ରାମର ଡା.ଅଶ୍ୱିନୀ ଆଲିସ୍‌, ଆମାଣ୍ଡା ଫର୍ଣ୍ଣାଣ୍ଡିସ୍‌ ଓ ଡା.ଅମୂଲ୍ୟା ଯୋଗ ଦେଇଥିଲେ। ପିପୁଲ ଫର ଆନିମଲର ଜଗତସିଂହପୁର ୟୁନିଟ୍‌ର ସଂପାଦକ ଅମୂଲ୍ୟ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର