ଚନ୍ଦ୍ରଶେଖରପୁର : ବିଜ୍ଞାନ ସହିତ ଆଧ୍ୟାତ୍ମିକତାର ସମନ୍ବୟ ଏକାନ୍ତ ଆବଶ୍ୟକ। ପ୍ରତ୍ୟେକ ବ୍ୟକ୍ତିଙ୍କ ଉନ୍ନତି ପାଇଁ ଆଧ୍ୟାତ୍ମିକ ବିଜ୍ଞାନର ବିଶେଷ ଉପଯୋଗିତା ରହିଛି। ବାହ୍ୟ ପ୍ରଗତି ସହ ଅନ୍ତଃ ପ୍ରଗତି ଉପରେ ଗୁରୁତ୍ବ ଦେବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆହ୍ବାନ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଗାୟତ୍ରୀ ପରିବାର, ଓଡ଼ିଶା ଓ ଅଖିଳ ବିଶ୍ବ ଗାୟତ୍ରୀ ପରିବାର, ହରିଦ୍ବାର ପକ୍ଷରୁ ଆଜି ଭୁବନେଶ୍ବର କିଟ୍ ବିଶ୍ବବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଶପଥ ସ˚କଳ୍ପ ସମାରୋହରେ ଯୋଗ ଦେଇ ରାଜ୍ୟପାଳ ପ୍ରଫେସର ଲାଲ୍ କହିଲେ ବୈଷୟିକ ଜ୍ଞାନ ଓ ଅଧ୍ୟାତ୍ମିକ ବିଜ୍ଞାନ ମଧ୍ୟରେ ସ˚ପର୍କ ସ୍ଥାପିତ ହେବା ଦରକାର। ଭୌତିକ ପ୍ରଗତି ସହ ଆଧ୍ୟାତ୍ମିକ ପ୍ରଗତି ସାଧିତ ହେଲେ ମାନବ ସଭ୍ୟତା ଆଗକୁ ବଢ଼ିପାରିବ। ପ୍ରତ୍ୟେକ ମଣିଷ ପରମାତ୍ମାର ଅ˚ଶବିଶେଷ ଓ ବିପୁଳ ସମ୍ଭାବନାର ଧାରକ। ଏହାକୁ ଆବିଷ୍କାର କରି ପୃଥିବୀର ସର୍ବାଙ୍ଗୀନ ବିକାଶ ନିଜକୁ ଉତ୍ସର୍ଗ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି। ହରିଦ୍ବାରସ୍ଥିତ ଯୁଗତୀର୍ଥ ଶାନ୍ତିକୁଞ୍ଜର ଦେବସ˚ସ୍କୃତି ବିଶ୍ବବିଦ୍ୟାଳୟର ପ୍ରତିକୁଳପତି ଡ. ଚିନ୍ମୟ ପାଣ୍ତ୍ୟା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭାରତକୁ ସ˚ସ୍କୃତି ଓ ସ˚ସ୍କାରର ଭୂମି ଭାବରେ ବର୍ଣ୍ଣନା କରିବା ସହ ବିଶ୍ବର ଗତିପଥକୁ ଭାରତ ଆଲୋକିତ କରିବ ବୋଲି କରିଥିଲେ। ଗାୟତ୍ରୀ ପରିବାରର ଓଡ଼ିଶା-ଛତିଶିଗଡ଼ ମୁଖ୍ୟ ଗଙ୍ଗାଧର ଚୌଧୁରୀ ସ˚ସ୍ଥାର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ଜ୍ଞାନ କ୍ରାନ୍ତି ମଶାଲକୁ ରାଜ୍ୟପାଳ ପ୍ରଜ୍ଜ୍ବଳନ କରିବା ସହ ଶପଥ ସ˚କଳ୍ପ ସମାରୋହରେ ପୁରୋଧା ହୋଇଥିଲେ।