ବିଜେବି-୭୩ର ନୂତନ କର୍ମକର୍ତ୍ତା ମନୋନୟନ

ଭୁବନେଶ୍ୱର: ବିଜେବି କଲେଜର ୧୯୭୩ ବର୍ଷର ଉତ୍ତୀର୍ଣ୍ଣ ପୁରାତନ ଛାତ୍ର ସଂଗଠନ ବିଜେବି-୭୩ର କାର୍ଯ୍ୟକାରୀ କମିଟି ବୈଠକରେ ନୂତନ କର୍ମକର୍ତ୍ତାଙ୍କ ଚୟନ କରଯାଇ ଥିଲା। ଏଥିରେ ବରିଷ୍ଠ ଆଡଭୋକେଟ ମାନସ କୁମାର ମହାପାତ୍ରଙ୍କୁ ସଭାପତି ରୂପେ ବାଛିଥିଲେ। ଏହା ସହିତ ଜୟ ନାରାୟଣ ସାମନ୍ତରାୟ, ପଦ୍ମନାଭ ରଣସିଂହ ଓ ପୁରୁଷୋତ୍ତମ ସାହାଙ୍କୁ ଉପସଭାପତି ଭାବେ ଓ ବିଦ୍ୟାଧର ଜେନା, ପ୍ରଦ୍ୟୁମ୍ନ କିଶୋର ମହାନ୍ତି, ବିଭୂତି ଭୂଷଣ ପ୍ରଧାନ ଏବଂ ଡ.ସରୋଜିନୀ ମହାନ୍ତିଙ୍କୁ ସମ୍ପାଦକ ଭାବେ ଚୟନ କରାଗଲା। ସଂଗଠନର ସାଧାରଣ ସଂପାଦକ ଭାବେ ବୁଦ୍ଧରାମ ସାହୁଙ୍କୁ ସମସ୍ତଙ୍କ ସହମତି କ୍ରମେ ମନୋନୟନ କରିଥିଲେ। ଏହା ସହିତ ଡ. ନିରଞ୍ଜନ ବାରିକ, ଡ. ସତ୍ୟେନ୍ଦ୍ର ପଟ୍ଟନାୟକ, ଡ. ବିଜୟ କୁମାର ମହାପାତ୍ର, ଗଗନ ମୋହନ ତ୍ରିପାଠୀ(ଭାରତୀୟ ରେଳ ସେବା), ସମ୍ପଦ ମହାପାତ୍ର(ନିତିଦିନର ସଂପାଦକ), ପ୍ରଫେସର ଡ. ଅରୁଣ କୁମାର ସାହୁ, ବରିଷ୍ଠ ଆଡଭୋକେଟ ଜୟଦୂର ରହେମାନଙ୍କ ସହିତ ପୂର୍ବତନ ସଭାପତି ବିଭୂତି ଭୂଷଣ ମହାନ୍ତି ପ୍ରମୁଖଙ୍କୁ ସଭାପତି ମଣ୍ଡଳୀର ସଦସ୍ୟଭାବେ ମନୋନୀତ କରାଯାଇଥିଲା। ପ୍ରଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ଡ. ସୁଧାଂଶୁ କୁମାର ନାୟକ ଏବଂ ଲଳିତ କୁମାର ପଟ୍ଟନାୟକଙ୍କୁ ସ୍ମରଣୀକା ସମ୍ପାଦକୀୟ ମଣ୍ଡଳୀର ସଦସ୍ୟ ଭାବେ ମନୋନୀତ କରାଯାଇଥିଲା। ସଂଗଠନର ଅନ୍ୟତମ ସଦସ୍ୟ ପ୍ରକାଶ ଗଡ଼ନାୟକଙ୍କୁ ବୈଠକରେ ସ୍ୱାଗତ କରାଯାଇଥିଲା। ଏହି ବୈଠକରେ ପାରିବାରିବ ବନ୍ଧୁମିଳନ ଆସନ୍ତା ମାର୍ଚ୍ଚ ମାସରେ କରାଯିବା ପାଇଁ ନିଷ୍ପତ୍ତି ନିଆଗଲା। ବିଜେବି-୭୩ର ଟେଲିଫୋନ୍‌ ଡାଇରେକ୍ଟୋରୀର ଏକ ନୂତନ ସଂସ୍କରଣ ପ୍ରକାଶ କରାଯିବା ପ୍ରସ୍ତାବ ଗୃହୀତ ହେବା ସହିତ ଏହାର ସଭ୍ୟସଭ୍ୟାଙ୍କ ଦ୍ୱାରା ପ୍ରତିବର୍ଷ ଜରାନିବାସ ପରିଦର୍ଶନ କରାଯିବା ସହ ବାର୍ଷିକ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା।

ସମ୍ବନ୍ଧିତ ଖବର