ଖଣ୍ଡଗିରି: ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ ବିଭୂତି କାନୁନଗୋ ଚାରୁକଳା ମହାବିଦ୍ୟାଳୟର ୩୩ତମ ବାର୍ଷିକ କଳା ପ୍ରଦର୍ଶନୀ ଉଦ୍ଘାଟିତ ହୋଇଯାଇଛି। ୧୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରଦର୍ଶନୀରେ ବହୁ ଉଚ୍ଚକୋଟୀର କଳା ସ୍ଥାନ ପାଇଛି। ପ୍ରଦର୍ଶନୀରେ ବ୍ୟାବହାରିକ କଳା, ମୁଦ୍ରଣକଳା, ଭାସ୍କର୍ଯ୍ୟ କଳା, ଚିତ୍ରକଳା, ପାରମ୍ପରିକ କଳା ସହିତ ସେରାମିକ୍ ପୋଟ୍ଟରି ଆଦି ୬୧ଟି ଆକର୍ଷଣୀୟ କଳାକୃତି ସ୍ଥାନ ପାଇଛି। ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ ମୀନା ମୁଖ୍ୟ ଅତିଥି ଓ ବିଶିଷ୍ଟ କଣ୍ଠଶିଳ୍ପୀ ତଥା ଗବେଷକ ଗୁରୁ ରାମହରି ଦାସ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ମହାବିଦ୍ୟାଳୟ ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ବ୍ୟାବହାରିକ କଳା ପାଇଁ ବିବେକାନନ୍ଦ ଦାସ, ମୁଦ୍ରଣ କଳା ପାଇଁ ସୁଜିତ୍ ସ୍ବାଇଁ, ଭାସ୍କର୍ଯ୍ୟ କଳା ପାଇଁ ଲକ୍ଷ୍ମୀଧର ରାଉତ, ଚିତ୍ରକଳା ପାଇଁ ଉତ୍ତମ ଦାସ, ପାରମ୍ପରିକ କଳା ପାଇଁ ଘନଶ୍ୟାମ ଗହିରଙ୍କୁ ପ୍ରିନ୍ସିପାଲ୍ସ ଟ୍ରଫି ସହ ପୁରସ୍କୃତ କରାଯାଇଥିଲା।
ବିକେ ଆର୍ଟ କଲେଜର ବାର୍ଷିକ କଳା ପ୍ରଦର୍ଶନୀ
/sambad/media/post_attachments/wp-content/uploads/2019/04/Untitled-31-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)