ବ୍ଲାକବେରି ସୋ’ରୁମରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ଖାରବେଳ ନଗର ଥାନା ଅଧୀନ ଜନପଥରେ ଥିବା ବ୍ଲାକବେରି ସୋ’ ରୁମ୍‌ର ତୃତୀୟ ମହଲାରେ ଆଜି ରାତି ପ୍ରାୟ ୯ଟାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଏକ ଲକ୍ଷରୁ ଊର୍ଧ୍ୱ ଟଙ୍କାର ସଂପତ୍ତି ନଷ୍ଟ ହୋଇଯାଇଥିବା ଜଣାଯାଇଛି। ଖବର ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ କେଉଁ କାରଣରୁ ନିଆଁ ଲାଗିଲା, ତାହା ସ୍ପଷ୍ଟ ହୋଇନଥିଲେ ହେଁ ସର୍ଟସର୍କିଟ୍‌ ଯୋଗୁଁ ଏହି ଅଘଟଣ ଘଟିଥିବା ଅନୁମାନ କରାଯାଉଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ରବିବାର ରାତି ପ୍ରାୟ ୯ଟାରେ ହଠାତ୍‌ ବ୍ଲାକବେରି ସୋ’ରୁମ୍‌ରୁ ହୁତୁହୁତୁ ହୋଇ ନିଆଁ ବାହାରିଥିଲା। ସୋ’ ରୁମ୍‌ର ତୃତୀୟ ମହଲାରୁ ନିଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ କିଛି ଏ ସଂପର୍କରେ ଦମକଳବାହିନୀକୁ ଖବର ଦେବା ସହ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ଲୋକଙ୍କଠାରୁ ଖବର ପାଇ ଅଗ୍ନିଶମ ବିଭାଗର ୫ଟି ଗାଡ଼ି ଓ ପ୍ରାୟ ୩୫ରୁ ଊର୍ଧ୍ୱ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ। ସେମାନେ ପ୍ରାୟ ଦୀର୍ଘ ଦୁଇ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଅୟତ୍ତ କରିବାରେ ସଫଳ ହୋଇଥିଲା। ଏହି ଅଘଟଣରେ କେହି ମୃତାହତ ହୋଇନଥିଲେ ହେଁ ପ୍ରାୟ ଏକ ଲକ୍ଷରୁ ଊର୍ଧ୍ୱ ଟଙ୍କାର ସଂପତ୍ତି କ୍ଷୟକ୍ଷତି ହୋଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର