ଜାତୀୟ ଯୁବଦିବସରେ ରକ୍ତଦାନ ଶିବିର

ଭୁବନେଶ୍ୱର : ଆଜି ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଦିବସ ତଥା ଜାତୀୟ ଯୁବ ଦିବସ ଅବସରରେ ସ୍ଥାନୀୟ ଶୈଳଶ୍ରୀବିହାରସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ପରିସରରେ ‘ବିବେକାନନ୍ଦ ପୁରାତନ ଛାତ୍ର ସଂଗଠନ’ ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ‘ସମ୍ବାଦ-ଆମ ଓଡ଼ିଶା’ର ସହଯୋଗରେ ଆୟୋଜିତ ଏହି ଶିବିରରେ ସଂଗଠନର ସମସ୍ତ ସଦସ୍ୟ ସଦସ୍ୟା ତଥା ଅନ୍ୟ ସ୍ୱେଚ୍ଛାରକ୍ତଦାତାମାନେ ରକ୍ତଦାନ କରିଥିଲେ। ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ କ୍ଷିତୀଶ ଚନ୍ଦ୍ର ମହାନ୍ତି ଓ ଛାତ୍ର ସଂଗଠନର ସଭାପତି ରାଜେଶ କୁମାର ତାନିଆ ଶିବିର ପରିଚାଳନା କରିବା ସହ ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ସଂଗଠନ ପକ୍ଷରୁ ମରାଳ ମାଳିନୀ ମଲ୍ଲିକ ଓ ରଶ୍ମିରଂଜନ ମଲ୍ଲିକ ଶିବିର ସଂଯୋଜନା କରିଥିଲେ। ମୁନିସିପାଲିଟି ହସପିଟାଲ ରକ୍ତଭଣ୍ଡାରର ସହକର୍ମୀମାନେ ଉକ୍ତ ଶିବିରରୁ ରକ୍ତସଂଗ୍ରହ କରିଥିଲେ । ‘ଆମ ଓଡ଼ିଶା’ର ରକ୍ତଦାନ ସଂଯୋଜକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସଂଗଠନ ପକ୍ଷରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନାଚଗୀତ ପରିବେଷଣ କରିଥିଲେ।

ସମ୍ବନ୍ଧିତ ଖବର