‘ଓଡ଼ିଆଙ୍କ ହୁଙ୍କାର’ ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ୱର :ସ୍ଥାନୀୟ କଳିଙ୍ଗନଗରସ୍ଥିତ ମା’ ବନଦୁର୍ଗା ମନ୍ଦିର ପୀଠଠାରେ ‘ଓଡ଼ିଆଙ୍କ ହୁଙ୍କାର’ ପତ୍ରିକା ଓ ‘ସମ୍ବାଦ-ଆମ ଓଡ଼ିଶା’ର ମିଳିତ ଉଦ୍ୟମରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ୨୫ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଛି।

ଏହି ଶିବିରରେ ଭୁବନେଶ୍ୱର ବ୍ଳକ୍‌ ଅଧ୍ୟକ୍ଷ ଅବିନାଶ ପଟ୍ଟନାୟକ ମୁଖ୍ୟଅତିଥି ଭାବରେ ଯୋଗଦେଇ ରକ୍ତଦାନ କରିବା ସହିତ ଉଦ୍‌ଘାଟନ କରିଥିଲେ। ରକ୍ତଦାନର ଆବଶ୍ୟକତା ଓ ଉପକାରିତା ସମ୍ବନ୍ଧରେ ମଧ୍ୟ ସମସ୍ତ ରକ୍ତଦାତାଙ୍କୁ ଜଣାଇଥିଲେ। ହୁଙ୍କାର ପତ୍ରିକା ପରିବାରର ସଂପାଦକ ଡକ୍ଟର ସାର୍ଥକ ସାମନ୍ତରାୟ, ବିଶ୍ୱଜିତ୍‌, ମହିର, ସର୍ବେଶ୍ୱର, ମୁନା, ସତ୍ୟ, କୁନା, ବାପୁ ତ୍ରିପାଠୀ, ଗୁଡ଼ୁ ଓ ପପୁ ଶିବିର ପରିଚାଳନା କରିଥିଲେ। ଶିଶିର କୁମାର ମହାନ୍ତି ଏହି ଶିବିରର ସଂଯୋଜନା କରିଥିଲେ। ପତ୍ରିକାରର ସଦସ୍ୟ ସଦସ୍ୟା ତଥା ଅନ୍ୟ ସ୍ୱେଚ୍ଛାରକ୍ତଦାତାମାନେ ଏହି ଶିବିରରେ ରକ୍ତଦାନ କରିଥିଲେ। ମୁନିସିପାଲିଟି ରକ୍ତଭଣ୍ଡାରର ସହକର୍ମୀମାନେ ଏହି ଶିବିରରୁ ରକ୍ତ ସଂଗ୍ରହ କରିଥିଲେ। ‘ଆମ ଓଡ଼ିଶା’ର ଭୁବନେଶ୍ୱର ରକ୍ତଦାନ କାର୍ଯ୍ୟକ୍ରମ ସଂଯୋଜକ ହରେକୃଷ୍ଣ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ଶିବିରଟି ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର