ନିର୍ମାଣ ଏଜୁକେସନାଲ ଟ୍ରଷ୍ଟ ପକ୍ଷରୁ ରକ୍ତଦାନ ଶିବିର

ବାଲିଅନ୍ତା : ସମ୍ବାଦ ‘ଆମ ଓଡ଼ିଶା’ ଓ ବାଳକାଟି ସ୍ଥିତ ନିର୍ମାଣ ଏଜୁକେସନାଲ ଟ୍ରଷ୍ଟ ପକ୍ଷରୁ ଏକ ରକ୍ତଦାନ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି। ଟ୍ରଷ୍ଟ ସଭା କକ୍ଷରେ ଆୟୋଜିତ ରକ୍ତଦାନ ଶିବିରରୁ ମୋଟ ୨୦ ୟୁନିଟ ରକ୍ତ ସଂଗ୍ରହ ହୋଇଛି। ଅନୁଷ୍ଠାନର ଚେୟାରମ୍ୟାନ ସିଦ୍ଧେଶ୍ବର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ପରିଚାଳିତ ଉକ୍ତ ଶିବିରରେ ସମାଜସେବୀ ରଂଜନ କୁମାର ମହାପାତ୍ର, ଶିକ୍ଷାବିତ ବିଧୁଭୂଷଣ ପଟ୍ଟନାୟକ, ପ୍ରକୃତିବନ୍ଧୁ ଦିନବନ୍ଧୁ ଭୋଇ, ନିଶିକାନ୍ତ ପଣ୍ଡା, ଏଚଡିଏଫସି ବ୍ୟାଙ୍କର ପରିଚାଳକ ରାଜେନ୍ଦ୍ର ନାରାୟଣ ମିଶ୍ର, ସଂଜୟ ସ୍ବାଇଁ ଓ ଯୁବନେତା ଅରବିନ୍ଦ ସାହୁ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଟ୍ରଷ୍ଟର ସମସ୍ତ କର୍ମକର୍ତାଙ୍କ ସମେତ ସ୍ଥାନୀୟ ‘ସମ୍ବାଦ’ ପ୍ରତିନିଧି ନିରଞ୍ଜନ ସେନାପତି ଏଥିରେ ସହଯୋଗ କରିଥିଲେ। ବିଏମସି ବ୍ଲଡ ବ୍ୟାଙ୍କର ଡାକ୍ତର କେ. କେ ସରକାର, ଲାବରେଟୋରି ଟେକ୍‌ନିସିଆନ କୈବଲ୍ୟ ପ୍ରଧାନ, ଲିପକ ପାତ୍ର, କାଉନ୍‌ସେଲର ସଂଘମିତ୍ରା ସ୍ବାଇଁ ଓ ପିସି ବରାଳ ଉପସ୍ଥିତ ରହି ରକ୍ତ ସଂଗ୍ରହ ଦାୟିତ୍ବ ତୁଲାଇଥିଲେ।

ସମ୍ବନ୍ଧିତ ଖବର