ଏଲ୍‌ ଆଣ୍ଡ ଟି ଲିମିଟେଡ୍‌ ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ୱର: ସ୍ଥାନୀୟ ଲୁଇସ୍ ରୋଡ଼୍ ସ୍ଥିତ ଏଲ୍‌ ଆଣ୍ଡ ଟି କାର୍ଯ୍ୟାଳୟରେ ଏଲ୍ ଆଣ୍ଡ ଟି ଲିମିଟେଡ଼୍ ଓ ‘ସମ୍ବାଦ- ଆମ ଓଡ଼ିଶା’ର ମିଳିତ ଉଦ୍ୟମରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଶିବିରକୁ ଏଲ୍‌ ଆଣ୍ଡ ଟି ଲିମିଟେଡ୍‌ ଶାଖା ପରିଚାଳକ ପ୍ରସନ୍ନଜିତ ରାୟ ଉଦ୍‌ଘାଟନ କରିଥିଲେ। ମାନବ ସମ୍ବଳ ଓ ପ୍ରଶାସନ ବିଭାଗର ଆଦିତ୍ୟ ପ୍ରସାଦ ବଡ଼ୁୁ, ସହ-ପରିଚାଳକ ମିର୍ଜା ବେଗ୍ ଓ ରାମ ପ୍ରଧାନ ଶିବିର ପରିଚାଳନା କରିଥିଲେ। ସହକର୍ମୀ ତଥା ଅନ୍ୟ ସ୍ବେଚ୍ଛା ରକ୍ତଦାତାଙ୍କ ସମେତ ମୋଟ ୨୫ଜଣ ରକ୍ତଦାତା ଏହି ଶିବିରରେ ରକ୍ତଦାନ କରିଥିଲେ। ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍‌ ହସ୍ପିଟାଲ ରକ୍ତଭଣ୍ଡାର ଅଧିକାରୀ ଡା. ଜୟଦୀପ ଘୋଷ ଓ ତାଙ୍କର ସହକର୍ମୀମାନେ ଏହି ଶିବିରରୁ ରକ୍ତସଂଗ୍ରହ କରିଥିଲେ। ‘ଆମ ଓଡ଼ିଶା’ର କର୍ମକର୍ତ୍ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର