ଦିଲ୍ଲୀପ ରାୟଙ୍କ ଜନ୍ମ ଦିବସରେ ରକ୍ତଦାନ ଶିବିର

ଖଣ୍ଡୁଆଳ ୟୁଥ୍ ଆସୋସିଏସନ୍‌ରୁ ୮୦ ୟୁନିଟ୍ ରକ୍ତ ସଂଗୃହୀତ

ଭୁବନେଶ୍ୱର: ରକ୍ତଦାନ ଭଳି ଏକ ମହତ କାର୍ଯ୍ୟକ୍ରମ ଆୟୋଜନ କରି ସ୍ଥାନୀୟ ଖଣ୍ଡଗିରିସ୍ଥିତ ଖଣ୍ଡୁଆଳ ୟୁଥ୍ ଆସୋସିଏସନ୍‌ର ସଦସ୍ୟମାନେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଉରକେଲାର ବିଧାୟକ ଦିଲ୍ଲୀପ ରାୟଙ୍କୁ ତାଙ୍କର ୬୪ତମ ଜନ୍ମଦିବସର ଶୁଭେଚ୍ଛା ଜଣାଇଛନ୍ତି। ସମ୍ବାଦ-ଆମ ଓଡ଼ିଶାର ସହଯୋଗରେ ଆଜି ସକାଳ ୯ଟାରୁ ଆସୋସିଏସନ୍ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ କର୍ପୋରେଟର୍‌ ରଘୁନାଥ ମହାନ୍ତି, ଇଷ୍ଟର୍ଣ୍ଣ ଏଣ୍ଟରଟେନ୍‌ମେଣ୍ଟ୍‌ର ବିନୋଦ ପଣ୍ଡା ଏହି ଶିବିରରେ ଯୋଗ ଦେଇଥିଲେ। ଖଣ୍ଡୁଆଳ ଆସୋସିଏସନ୍‌ର ସଭାପତି ଦୁର୍ଗାପ୍ରସାଦ ମହାନ୍ତି (ରାଜା), ବିଶିଷ୍ଟ ସମାଜସେବୀ ସୁଶୀଲ ରାୟ, ପୂର୍ବତନ କର୍ପୋରେଟର୍ ସମରେନ୍ଦ୍ର ସାହୁ, ସନ୍ତୋଷ ଉପାଧ୍ୟାୟ, ଅମୂଲ୍ୟ ଉପାଧ୍ୟାୟ, ଚିତ୍ତରଂଜନ ଦାସ ଓ ଦାମୋଦର ସ୍ବାଇଁ ଏହି ଶିବିରକୁ ପରିଚାଳନା କରିଥିଲେ। ଅନୁଷ୍ଠାନର ସଦସ୍ୟମାନଙ୍କ ମଧ୍ୟରୁ ବୁଲୁ ମୁଦୁଲି, ରାଜୀବ ଜେନା, ଚିନ୍ମୟ ଜେନା, ସୁଶାନ୍ତ ଦାସ, ପ୍ରକାଶ ପ୍ରଧାନ, ସୁଶାନ୍ତ ସାହୁ, ପ୍ରମୋଦ ଜେନା, ଶ୍ରୀକାନ୍ତ ରାଉତ, ବିଜୟ ଜେନା, ମହେନ୍ଦ୍ର ଜେନା ଓ ଜଳଧର ରାଉତ ପରିଚାଳନା କାର୍ଯ୍ୟରେ ସହଯୋଗ କରିଥିଲେ। ଅନୁଷ୍ଠାନର ସଦସ୍ୟ ସଦସ୍ୟା ତଥା ଅନ୍ୟ ସ୍ବେଚ୍ଛା ରକ୍ତଦାତାଙ୍କ ସମେତ ମୋଟ ୮୦ଜଣ ଏହି ଶିବିରରେ ରକ୍ତଦାନ କରିଥିଲେ। କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ଡାରର ସହକର୍ମୀମାନେ ଏହି ଶିବିରରୁ ରକ୍ତ ସଂଗ୍ରହ କରିଥିଲେ। ‘ଆମ ଓଡ଼ିଶା’ ପକ୍ଷରୁ ରକ୍ତଦାନ କାର୍ଯ୍ୟକ୍ରମ ସଂଯୋଜକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର