‘ସ୍ବାମୀ ବିବେକାନନ୍ଦ ସ୍କୁଲ୍ ଅଫ୍ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି’ ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ୱର: ସ୍ବାମୀ ବିବେକାନନ୍ଦଙ୍କ ଜନ୍ମଦିବସ ତଥା ଜାତୀୟ ଯୁବ ଦିବସ ଅବସରରେ ଆଜି ସ୍ଥାନୀୟ ମଦନପୁରସ୍ଥିତ ସ୍ବାମୀ ବିବେକାନନ୍ଦ ସ୍କୁଲ ଅଫ୍ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ଏସ୍‌ଭିଏସ୍ଇଟି) ପରିସରରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ‘ସମ୍ବାଦ-ଆମ ଓଡ଼ିଶା’ର ସହଯୋଗରେ ଆୟୋଜିତ ଏହି ଶିବିରରେ କଲେଜର ଛାତ୍ରଛାତ୍ରୀ ତଥା ସହକର୍ମୀଙ୍କ ସମେତ ମୋଟ ୩୬ ଜଣ ରକ୍ତଦାନ କରିଥିଲେ। କଲେଜ୍‌ର ଚେୟାରମ୍ୟାନ ଇଂ. ଆଶିଷ କୁମାର ପାତ୍ର, ପ୍ରିନ୍‌ସିପାଲ୍‌ ରମେଶ ଚନ୍ଦ୍ର ନାୟକ ଓ ବିଭାଗାଧ୍ୟକ୍ଷ ଅଶୋକ କୁମାର ପାଣିଗ୍ରାହୀ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଚିତ୍ତରଞ୍ଜନ ରାଉତରାୟ ଓ ପ୍ରଭାସ କୁମାର ମହାନ୍ତି ଶିବିର ପରିଚାଳନା କରିଥିଲେ। ସହକର୍ମୀ କୈଳାସ ଚନ୍ଦ୍ର ସେନାପତି, ଇପ୍‌ସିତା ଦାଶ, ପ୍ରଭାତ କୁମାର ସିଂ, ଇପ୍‌ସିତା ଜେନା, ଦିଲ୍ଲୀପ କୁମାର ଲେଙ୍କା ପରିଚାଳନା କାର୍ଯ୍ୟରେ ସହାୟତା କରିଥିଲେ। ମୁନିସିପାଲିଟି ହସପିଟାଲ ରକ୍ତଭଣ୍ଡାର ଅଧିକାରୀ ଡା. ଜୟଦୀପ ଘୋଷ ଓ ସହକର୍ମୀମାନେ ଶିବିରରୁ ରକ୍ତ ସଂଗ୍ରହ କରିଥିଲେ। ଆମ ଓଡ଼ିଶା ରକ୍ତଦାନ ସଂଯୋଜକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର