ସ୍ବର୍ଗତ ମାନସ ରଞ୍ଜନ ଖୁଣ୍ଟିଆଙ୍କ ଶ୍ରାଦ୍ଧ ବାର୍ଷିକୀରେ ରକ୍ତଦାନ ଶିବିର

ଭୁବନେଶ୍ୱର: ମାନସ ରଂଜନ ଖୁଣ୍ଟିଆଙ୍କ ଦ୍ବିତୀୟ ଶ୍ରାଦ୍ଧ ବାର୍ଷିକୀ ପାଳନ ଅବସରରେ ସ୍ଥାନୀୟ ଆର୍‌ବିଆଇ କଲୋନି, ୟୁନିଟ୍-୪ସ୍ଥିତ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ମାଆର ଘର କ୍ଲବ୍’ ଓ ‘ସମ୍ବାଦ-ଆମ ଓଡ଼ିଶା’ର ମିଳିତ ଉଦ୍ୟମରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏଥିରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କଣ୍ଠଶିଳ୍ପୀ ବିଭୁ କିଶୋର ଉପସ୍ଥିତ ରହି ରକ୍ତଦାନ କରିବା ସହ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଅନୁଷ୍ଠାନ ପକ୍ଷରୁ ସୁଶାନ୍ତ ନାୟକ, ପଙ୍କଜ ଖୁଣ୍ଟିଆ, ରଶ୍ମିରଂଜନ ମୁଦୁଲି, ଅରୁଣ ପଣ୍ଡା ଓ ବିବେକାନନ୍ଦ ବାରିକ ଶିବିର ପରିଚାଳନା କରିଥିଲେ। ପ୍ରଶାନ୍ତ ସରକାର, ସେକ୍‌ ରାଜା, ଦେବାଶିଷ ମଲ୍ଲିକ, ତନ୍ମୟ ରଥ, ଅଜୟ ବେହେରା, ଦୀପକ ରାଉତରା, ଅଜୟ ଭଂଜ, ଲୋକନାଥ ଦାସ, କୃତ୍ତିବାସ ମହାରଣା ଓ ଅଭିଷେକ ଆଚାର୍ଯ୍ୟ ସହାୟତା କରିଥିଲେ। ସ୍ବର୍ଗତ ଖୁଣ୍ଟିଆଙ୍କ ପରିବାର ସଦସ୍ୟ ତଥା କ୍ଲବ୍‌ର ସଦସ୍ୟ/ସଦସ୍ୟାଙ୍କ ସମେତ ମୋଟ ୩୬ଜଣ ସ୍ବେଚ୍ଛା ରକ୍ତଦାତା ଏହି ଶିବିରରେ ରକ୍ତଦାନ କରିଥିଲେ। କ୍ୟାପିଟାଲ ହସ୍‌ପିଟାଲ ରକ୍ତଭଣ୍ଡାର ଡା. ଯଶୋବନ୍ତ ନାରାୟଣ ଜେନା, ପ୍ରଭାସିନୀ ପଟ୍ଟନାୟକ ରକ୍ତ ସଂଗ୍ରହ କରିଥିଲେ।

ସମ୍ବନ୍ଧିତ ଖବର