‘ବ୍ଲୁ ବଟର୍‌ଫ୍ଲାଏଜ୍‌’ ଉନ୍ମୋଚିତ

ଭୁବନେଶ୍ୱର : କବି ନମିତାରାଣୀ ପଣ୍ଡାଙ୍କ ଇଂରାଜୀ କବିତା ସଂକଳନ ‘ବ୍ଲୁ ବଟର୍‌ଫ୍ଲାଏଜ୍‌’ ଆଜି ସ୍ଥାନୀୟ ରାଜ୍ୟ ଅଭିଲେଖାଗାରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉନ୍ମୋଚିତ ହୋଇଯାଇଛି। ଏଥିରେ ବ୍ରଜରାଜନଗରର ବିଧାୟିକା ରାଧାରାଣୀ ପଣ୍ଡା, ବିଶିଷ୍ଟ କବି ବିଭୁ ପାଢ଼ୀ, ପ୍ରଫେସର ରବିଶଙ୍କର ମିଶ୍ର ଓ ଅନାଦୀ ଚରଣ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ୭୦ଟି କବିତାର ସମାହାରରେ ରଚିତ ଏହି କବିତା ସଂକଳନ ସାମାଜିକ ସମସ୍ୟା, ପ୍ରେମ ଓ ଜୀବନର ବିଭିନ୍ନ ସମସ୍ୟାକୁ ଜୀବନ୍ତ ରୂପ ଦେବାରେ ସକ୍ଷମ ହୋଇଛି। କାର୍ଯ୍ୟକ୍ରମରେ କବି ନମିତାରାଣୀ ପଣ୍ଡା ସ୍ୱାଗତ ଭାଷଣ ଦେଇଥିିବା ବେଳେ ଦିଲ୍ଲୀପ କୁମାର ବଡ଼ତିଆ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ଅଙ୍କିତ ପ୍ରଧାନ ଧନ୍ୟବାଦ ଜଣାଇଥିଲେ।

ସମ୍ବନ୍ଧିତ ଖବର