ସ୍ୱଚ୍ଛ ହେବ ଭୁବନେଶ୍ୱର: ବାହାରେ ଶୌଚ କଲେ ୨୦୦ ଟଙ୍କା ଦଣ୍ଡ

ଭୁବନେଶ୍ୱର: ସ୍ମାର୍ଟ ସିଟି ଭୁବନେଶ୍ୱର ଆଗାମୀ ଦିନରେ ଆହୁରି ଅଧିକ ସ୍ମାର୍ଟ ହେବ। ରାଜଧାନୀ ଭୁବନେଶ୍ୱରକୁ ମଳମୁକ୍ତ ଅଚଂଳ ଭାବେ ଗଢ଼ିବାକୁ ଉଦ୍ୟମ ହୋଇଛି। ତେଣୁ ନିୟମ ଉଲଂଘନକାରୀଙ୍କୁ ଦଣ୍ଡ ଦେବାକୁ ପଡ଼ିବ। ଭୁବନେଶ୍ୱର ମହାନଗର ନିଗମ ତରଫରୁ ଶନିବାର ଏ ନେଇ ନୋଟିସ ଜାରି କରାଯାଇଛି।

ଭୁବନେଶ୍ୱରକୁ ଅଧିକ ସୁନ୍ଦର କରିବା ପାଇଁ ବିଏମ୍‌ସି ତରଫରୁ ସବୁବେଳେ ଉଦ୍ୟମ ହେଉଛି। ତେଣୁ ଏଥର ବିଏମସି ପରିବେଶ ଯେପରି ସଫାସୁଥୁରା ରହିବ ସେଥିପାଇଁ କାମ କରୁଛି। ରାଜଧାନୀକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଏବେ ବିଏମସି ଖୋଲା ଶୌଚମୁକ୍ତ ଅଂଚଳ କରିବା ନେଇ ନିଷ୍ପତି ନେଇଛି। ବିଏମସିର ନୋଟିସରୁ ଜଣାପଡ଼ିଛି ଯେ, ବାହାରେ ଶୌଚ କଲେ ୨୦୦ ଟଙ୍କା ଓ ପରିଶ୍ରା କଲେ ୧୫୦ ଟଙ୍କା ଦଣ୍ଡ ଦେବାକୁ ପଡ଼ିବ।

ସମ୍ବନ୍ଧିତ ଖବର