ପ୍ଲାଷ୍ଟିକ୍‌ ନିଷେଧ ନେଇ ସ୍କୁଲ ଛାତ୍ରଛାତ୍ରୀଙ୍କୁ ସଚେତନ କଲା ବିଏମ୍‌ସି

ଭୁବନେଶ୍ବର: ପିଲାମାନେ ପଲିଥିନ୍ କି ପ୍ଲାଷ୍ଟିକ୍ ସାମଗ୍ରୀ ବ୍ୟବହାର କରିବେନି କି ସେମାନଙ୍କ ପରିବାର ଲୋକଙ୍କୁ ବ୍ୟବହାର କରିବାକୁ ଦେବେନି। ଏହି ଉଦ୍ଦେଶ୍ୟ ନେଇ ବିଏମ୍‌ସି ପକ୍ଷରୁ ଆଜି ବଡ଼ଗଡ଼ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଏମ୍‌ସିର ପରିମଳ ବିଶେଷଜ୍ଞ ରଜନୀକାନ୍ତ ଦାସ ସ୍କୁଲ ଛାତ୍ରଛାତ୍ରୀଙ୍କୁ ପରିବେଶ ଉପରେ ପଲିଥିନ୍‌ର କୁପ୍ରଭାବ, ପଲିଥିନ୍ ଓ ପ୍ଲାଷ୍ଟିକ୍ ସାମଗ୍ରୀରେ ଖାଦ୍ୟ ଆଣିଲେ କିପରି ଏହା ବିଷାକ୍ତ ହେଉଛି, ସେ ସଂପର୍କରେ ବୁଝାଇଥିଲେ। କାର୍ଯ୍ୟକ୍ରମରେ ବିଏମ୍‌ସିର ନିହାର ରଂଜନ ପାତ୍ର, ହେମନ୍ତ ପ୍ରଧାନ, ସମ୍ବିତ ମହାପାତ୍ର ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପଲିଥିନ୍ ଓ ପ୍ଲାଷ୍ଟିକ୍ ବ୍ୟବହାର ନ କରିବାକୁ ପରାମର୍ଶ ଦେଇଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ବାସନ୍ତୀ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସୂଚନାଯୋଗ୍ୟ, ଆଜି ବିଏମ୍‌ସିର ଉତ୍ତର ଜୋନ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୨୦କେଜି ପଲିଥିନ୍ ଜବତ କରାଯାଇଥିବା ବେଳେ ୭ହଜାର ଟଙ୍କା ଜରିମାନା ଆଦାୟ ହୋଇଛି। ସେହିପରି ଦକ୍ଷିଣ ପୂର୍ବ ଜୋନ୍‌ରେ ୧୪କେଜି ପଲିଥିନ୍ ଜବତ ହୋଇଥିବା ବେଳେ କାହାଠାରୁ ଜରିମାନା ଆଦାୟ ହୋଇନି।

ସମ୍ବନ୍ଧିତ ଖବର