୧୨୮ଟି ଅସ୍ଥାୟୀ ଦୋକାନ ଉଚ୍ଛେଦ

ଭୁବନେଶ୍ୱର : ରାଜଧାନୀରେ ଆଜି ବିଏମ୍‌ସି ପକ୍ଷରୁ ଦୁଇଟି ସ୍ଥାନରେ ଉଚ୍ଛେଦ କରାଯାଇଛି। ଗୋଟିଏ ଉଚ୍ଛେଦ ଷ୍ଟୁଆର୍ଟ ସ୍କୁଲ ଛକରୁ ଡେଲ୍‌ଟା ପର୍ଯ୍ୟନ୍ତ ହୋଇଥିବା ବେଳେ ଅନ୍ୟଟି ପଟିଆ ମୌଜାରେ ଥିବା ସରକାରୀ ଜାଗା ଜବରଦଖଲମୁକ୍ତ କରାଯାଇଛି। ଷ୍ଟୁଆର୍ଟ ସ୍କୁଲ ଛକରୁ ଡେଲ୍‌ଟା ଛକ ଓ ସିଆରପିଏଫ୍‌ ଛକରେ ରାସ୍ତାର ଦୁଇ ପାଖରେ ବେଆଇନଭାବେ ଗଢ଼ି ଉଠିଥିବା ଜବରଦଖଲକୁ ଆଜି ହଟାଇ ଦିଆଯାଇଛି। ୨୬ଟି ଆଜବେଷ୍ଟସ୍‌ ଓ ୧୨୮ଟି ପଲିଥିନ ଘେରା ଦୋକାନକୁ ଭାଙ୍ଗି ଦିଆଯାଇଛି। ଗୋଟିଏ ବୁଲଡୋଜର୍‌ ଉଚ୍ଛେଦ କାର୍ଯ୍ୟରେ ଲାଗିଥିଲା।

ସେହିପରି ଇନଫୋସିଟି ଥାନା ଅଧୀନ ପଟିଆ ମୌଜାରେ ଥିବା ଦୁଇଟି ସରକାରୀ ଜାଗାକୁ ମଧ୍ୟ ଆଜି ଜବରଦଖଲ ମୁକ୍ତ କରାଯାଇଛି। ଏଠାରେ ୧୦୦ଫୁଟ୍‌ର ତାରବାଡ଼ ଘେରା ଏକ ଆଜବେଷ୍ଟସ୍‌ ଘର ଓ ୧୩୦ଫୁଟ୍‌ର ଏକ ପଥର ପାଚେରିକୁ ବସ୍‌ ଟର୍ମିନାଲ ସମେତ ଡିପୋ ପାଇଁ ଉଚ୍ଛେଦ କରାଯାଇଛି। ଉଚ୍ଛେଦ ସ୍ଥଳରେ ବିଏମ୍‌ସି, ବିଡିଏ ଓ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର