ଭୁବନେଶ୍ୱର: କୁଆଖାଇ ନଦୀପଠାରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର : ଆଜି ସକାଳେ କମିସନରେଟ୍‌ ପୁଲିସର ବାଲିଅନ୍ତା ଥାନା ଅନ୍ତର୍ଗତ ଗଡ଼କୁଣ୍ଟୁଣିଆ ନିକଟସ୍ଥ କୁଆ ଖାଇ ନଦୀ ପଠାରୁ ଜଣେ ଯୁବକଙ୍କ ମୃତଦେହ ଜବତ କରିଛି। ମୃତ ଯୁବକଙ୍କ ନିକଟରେ ଏକ କାର ପରିତ୍ୟକ୍ତ ଅବସ୍ଥାରେ ରଖାଯାଇଥିିବା ବେଳେ ତାଙ୍କ ଡାହାଣ ହାତ ଛୁରିରେ କଟା ଯାଇଛିି। ଯୁବକ ଜଣକ ଆତ୍ମହତ୍ୟା କରି ଥାଇ ପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ମହାନଦୀ ନଦୀପଠାରେ ଓଡ଼ି୦୨ ଏଫ ୨୪୨୪ ନମ୍ବର ବିଶିଷ୍ଟ ଏକ ଟୟୋଟା କାର ରଖାଯାଇଥିିବା ଓ ସେଠାରେ ଜଣେ ଯୁବକଙ୍କ ମୃତଦେହ ମୁହଁକୁ ତଳକୁ କରି ପଡ଼ିଥିବା ଦେଖିବାକୁ ମିଳିଥିଲା। ଏ ଡ଼େି ସ୍ଥାନୀୟ ଲୋକେ ବାଲିଅନ୍ତା ଥାନାକୁ ସୂଚନା ଦେଇଥିଲେ।ଏହି ସୂଚନା ଆଧାରରେ ପୁଲିସ ତଦନ୍ତ କରି ଜାଣିିବାକୁ ପାଇଛି ଯେ ମୃତକ ହେଉଛନ୍ତ ଚିନ୍ମୟ ଗୋଛାୟତ ଓ ତାଙ୍କ ଘର ଜଗତସିଂହପୁର ଜିଲ୍ଲା ତିର୍ତୋଲ ଅଞ୍ଚଳରେ। ସେ ବରଗଡ଼ ବ୍ରିଟ୍‌ କଲୋନିରେ ରହି ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର