ରଘୁନାଥପୁରରେ ବୋମା ମାଡ଼

ବାରଙ୍ଗ : ସ୍ଥାନୀୟ ରଘୁନାଥପୁର ଗ୍ରାମର ଯାଦବ ରାଉତଙ୍କ ଘର ଉପରକୁ ରବିବାର ରାତିରେ କେହି ବୋମା ଫିଙ୍ଗିଥିବା ନନ୍ଦନକାନନ ଥାନାରେ ଅଭିଯୋଗ ହୋଇଛି। ଶ୍ରୀ ରାଉତଙ୍କ ଅଭିଯୋଗ ଅନୁଯାୟୀ ରବିବାର ରାତି ପ୍ରାୟ ଦୁଇଟା ବେଳେ ପେଟ୍ରୋଲ ପମ୍ପ ପାଖରେ ଥିବା ତାଙ୍କ ଘର ଉପରକୁ କେହି ଦୁର୍ବର୍ୃତ୍ତ ବୋମା ଫିଙ୍ଗି ଫୋରର ହୋଇଯାଇଥିଲା। ଘର ଭିତରେ ତାଙ୍କ ପରିବାର ଲୋକ ଶୋଇଥିବା ବେଳେ ଦୁଇଟି ବୋମା ଫୁଟିବାର ଶବ୍ଦ ଶୁଣି ଭୟଭୀତ ହୋଇ ପଡ଼ିଥିଲେ। କିଛି ସମୟ ପରେ ପ୍ରଥମେ ଛାତ ଉପରକୁ ଓ ପରେ ଘରବାହାରକୁ ଆସି ଖୋଜା ଖୋଜି କରିଥିଲେ। ପରେ ଘର କାନ୍ଥରେ ମାଡ଼ ହୋଇ ଫାଟି ଯାଇଥିବା ହାତ ଭିଡ଼ା ସୂତୁଲି ବୋମାର ଅଂଶ ଓ ଏକ ଅଫୁଟା ବୋମା ପଡ଼ିଥିବା ଦେଖିଥିଲେ। ସକାଳେ ସେ ନନ୍ଦନକାନନ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳକୁ ଯାଇଥିଲା। ପୁଲିସ ସେଠାରୁ ଏକ ଅଫୁଟା ବୋମା ଜବତ କରିଛି। ଆଖ ପାଖରେ ରହୁଥିବା କିଛି ଶ୍ରମିକଙ୍କୁ ମଧ୍ୟ ପଚରାଉଚରା କରିଛି। ଦୁଇ ଜଣ ଯୁବକ ଏକ ବାଇକ୍‌ରେ ଆସି ବୋମା ଫିଙ୍ଗିଥିବା ପୁଲିସ ସୂଚନା ପାଇଛି। ତେବେ ବୋମା ମାଡ଼ର ଉଦ୍ଦେଶ୍ୟ ଅସ୍ପଷ୍ଟ ରହିଛି।

ସମ୍ବନ୍ଧିତ ଖବର