ନଭେମ୍ବର ୧୯ରୁ ଭୁବନେଶ୍ବର ପୁସ୍ତକ ମେଳା

ଭୁବନେଶ୍ବର: ନଭେମ୍ବର ୧୯ରୁ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହେବ ଭୁବନେଶ୍ବର ପୁସ୍ତକ ମେଳା। ଭୁବନେଶ୍ବର ପୁସ୍ତକମେଳା କମିଟି ପକ୍ଷରୁ ଆୟୋଜିତ ଏହି ମେଳା ଚଳିତ ବର୍ଷ ୩୬ ବର୍ଷରେ ପଦାର୍ପଣ କରିଥିବା ବେଳେ ୧୦ ଦିନ ବ୍ୟାପୀ ଏହା ଚାଲିବ। ଏଥିରେ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ପ୍ରକାଶନୀ ସଂସ୍ଥା ଯୋଗଦେବେ। ପୁସ୍ତକ ମେଳା କମିଟିର ସମ୍ପାଦକ ଅଶୋକ ମହାନ୍ତି କହିଛନ୍ତି, ସାଧାରଣତଃ ମେଳ‌ାରେ ସାଧାରଣ ଓ ଡିଲକ୍ସ ଏହିଭଳି ଦୁଇବର୍ଗର ଷ୍ଟଲ୍‌ ରହିବ। ପ୍ରକାଶକମାନେ ଚାହିଁଲେ ଏକାଧିକ ଷ୍ଟଲ୍‌ ନେଇପାରିବେ। ସ୍କୁଲ୍‌, କଲେଜ୍‌, ବୈଷୟିକ ଅନୁଷ୍ଠାନ, ପ୍ରକାଶନ ସଂସ୍ଥା ମଧ୍ୟ ଷ୍ଟଲ୍‌ ନେଇପାରିବେ। ସ୍ବତନ୍ତ୍ର ସାହିତ୍ୟ ମଣ୍ଡପରେ ସାରସ୍ବତ କାର୍ଯ୍ୟକ୍ରମ ସହ ପୁସ୍ତକ ଉନ୍ମୋଚନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଏହି ମେଳାରେ ଷ୍ଟଲ୍‌ ନେବା ପାଇଁ ଇଚ୍ଛୁକ ସଂସ୍ଥା କମିଟିର ଆବାହକ ପବିତ୍ର ପ୍ରଧାନ ଓ ଯୁଗ୍ମ ସମ୍ପାଦକ ସିଦ୍ଧାର୍ଥ ଧଳଙ୍କୁ ୯୪୩୭୦୫୯୪୧୭ ମୋବାଇଲ୍‌ ନମ୍ବରରେ ଯୋଗାଯୋଗ କରିପାରିବେ।

ସମ୍ବନ୍ଧିତ ଖବର