ଶ୍ରୀଜଗନ୍ନାଥ ତଥ୍ୟ ମଞ୍ଜୁଷା ପୁସ୍ତକ ଉନ୍ମୋଚିତ

ଚନ୍ଦ୍ରଶେଖରପୁର :ସପ୍ତମ ଏକାମ୍ର ପୁସ୍ତକ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଶ୍ରୀମନ୍ଦିର ପ୍ରଶାସନ, ପୁରୀର ବିଶେଷ କର୍ତ୍ତବ୍ୟରତ ଅଧିକାରୀ ଡ. ଭାସ୍କର ମିଶ୍ର ଓ ଦେବୀ ସୁଭଦ୍ରାଙ୍କ ବାଡ଼ଗ୍ରାହୀ ସେବକ ରାମଚନ୍ଦ୍ର ଦାସ ମହାପାତ୍ରଙ୍କ ଦ୍ୱାରା ଲିଖିତ ପୁସ୍ତକ ଶ୍ରୀଜଗନ୍ନାଥ ତଥ୍ୟ ମଞ୍ଜୁଷା ଉନ୍ମୋଚିତ ହୋଇଯାଇଛି। ପୂର୍ବତନ ବାଚସ୍ପତି ଶରତ କର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପୁସ୍ତକ ଉନ୍ମୋଚନ କରିଥିଲେ। ଏହି ଅବସରରେ ଡ. ପ୍ରଭୁ ଚରଣ ମହାନ୍ତି ଓ ଡ. ସୁଶାନ୍ତ କୁମାର ସାହୁଙ୍କୁ ଶ୍ରୀଜଗନ୍ନାଥ ଚେତନା ସମ୍ମାନ ପ୍ରଦାନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଦେବେନ୍ଦ୍ର କୁମାର ଦାସ, ଗୋପୀନାଥ ମହାନ୍ତି, ପୀତବାସ ରାଉତରାୟ, ଅଭୟ କୁମାର ନାୟକ, ଭାସ୍କର ଜେନା, ଡ. ଭାସ୍କର ମିଶ୍ର ଓ ରାମଚନ୍ଦ୍ର ଦାସ ମହାପାତ୍ର ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ।

ସମ୍ବନ୍ଧିତ ଖବର