‘ସେତୁ ଓ ସାଇକଲ୍‌’ ଉନ୍ମୋଚିତ

କଟକ : କଟକ ଦୋଳମୁଣ୍ଡାଇ-ହରିପୁରରୋଡ୍‌ସ୍ଥିତ ହୋଟେଲ୍‌ ସାଗରଶ୍ରୀ ସମ୍ମିଳନୀ କକ୍ଷରେ ଚିତ୍ତରଞ୍ଜନ ଚିରଞ୍ଜିତଙ୍କ ନୂଆ ଉପନ୍ୟାସ ‘ସେତୁ ଓ ସାଇକଲ୍‌’ ଉନ୍ମୋଚିତ ହୋଇଯାଇଛି। ଗପଘର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉତ୍କଳ ସାହିତ୍ୟ ସମାଜର ସଭାପତି ତଥା କେନ୍ଦ୍ର ସାହିତ୍ୟ ଏକାଡେମି ଓଡ଼ିଆ ଉପଦେଷ୍ଟା ପରିଷଦର ଆବାହକ ଡକ୍ଟର ବିଜୟାନନ୍ଦ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉନ୍ମୋଚନ କରିଥିଲେ। ‘ଗପଘର’ର ଆବାହକ କଥାକାର ରବିନାରାୟଣ ଦାଶଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଉତ୍ସବରେ ବିଶିଷ୍ଟ ଗାଳ୍ପିକ ତଥା ପ୍ରଫେସର ଡାକ୍ତର ଶ୍ରୀପ୍ରସାଦ ମହାନ୍ତି, ବିଶିଷ୍ଟ କଥାକାର ଇଂ ବିଷ୍ଣୁ ସାହୁ, ସାହିତ୍ୟିକ ଓ ଶିକ୍ଷାବିତ୍‌ ତରୁଣ କୁମାର ସାହୁ, ଯୁବଉଦ୍ୟୋଗୀ ସୌଭାଗ୍ୟ କୁମାର ପରିଡ଼ା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ବରିଷ୍ଠ ସାମ୍ବାଦିକ ତଥା ଗାଳ୍ପିକ କୃଷ୍ଣ ପ୍ରସାଦ ଦାସ, ଶରତ ସାହୁ ଓ ରାଧାଶ୍ୟାମ ରାଉଳ ପୁସ୍ତକ ସଂପର୍କରେ ଆଲୋଚନା କରିଥିଲେ। ଗପଘର ସଦସ୍ୟ ସଂଜୟ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର