୨ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ୨ ବ୍ୟବସାୟୀ ଗିରଫ

ଭୁବନେଶ୍ବର : କ୍ୟୁଏଟି ଓ ନୂଆପଲ୍ଲୀ ଥାନା ପୁଲିସ ମିଳିତ ଚଢ଼ଉ କରି ୨ ବ୍ରାଉନ୍‌ସୁଗାର ବ୍ୟବସାୟୀଙ୍କୁ ଗିରଫ କରିଛି। ପୁଲିସ ସେମାନଙ୍କଠାରୁ ୨୧ଗ୍ରାମ ବ୍ରାଉନ୍‌ସୁଗାର, ବାଇକ୍‌, ୩ଟି ମୋବାଇଲ୍‌ ଫୋନ୍‌ ଓ ୨୩ଶହ ଟଙ୍କା ଜବତ କରିଛି। ଜବତ ବ୍ରାଉନ୍‌ସୁଗାର୍‌ର ବଜାର ମୂଲ୍ୟ ୨ଲକ୍ଷ ଟଙ୍କା ବୋଲି ଅନୁମାନ କରାଯାଉଛି। ସେମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳର ଲୋକେଶ ପାଲ ଓ ନିଆଳି ଅଞ୍ଚଳର ବୃଷକେତୁ ଜେଠୀ। ଲୋକେଶ ଏଠାରେ ରାଜକୁମାର ବସ୍ତିରେ ରହୁଥିବା ‌ବେଳେ ବୃଷକେତୁ ପ୍ରେସ୍‌ କଲୋନିରେ ରୁହେ। ପୁଲିସ ସୂଚନା ମୁତାବକ, ବୁଧବାର ଅପରାହ୍‌ଣ ସଢ଼େ ଗୋଟାଏରେ ସତ୍ୟନଗର ପ୍ରେସ୍‌ କଲୋନି ନିକଟରେ ଥିବା ଏକ ନିଛାଟିଆ ସ୍ଥାନରେ ଉଭୟ ଲୋକେଶ ଓ ବୃଷକେତୁ ବ୍ରାଉନ୍‌ସୁଗାର କାରବାର କାରୁଥିବା ଖବରପାଇ କ୍ୟୁଏଟି ଓ ଖାରବେଳନଗର ଥାନା ପୁଲିସ ମିଳିତ ଭାବେ ଚଢ଼ଉ କରିଥିଲେ। ତେବେ ପୁଲିସକୁ ଦେଖି ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର୍‌ ଉଦ୍ୟମ କରିଥିଲେ। ମାତ୍ର ପୁଲିସ ଉଭୟଙ୍କୁ କାବୁ କରିଥିଲା। ଥାନାକୁ ଆଣି ପଚରାଉଚରା ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର