ଅଢ଼େଇ ଏକର ଧାନଗଦା ଜଳିଗଲା

ବାଲିଅନ୍ତା: ଆଜି ଅପରାହ୍ଣ ପ୍ରାୟ ୪ଟା ବେଳେ ବାଲିଅନ୍ତା ଥାନା ଅନ୍ତର୍ଗତ ପରିଆପାଟପୁର ଗ୍ରାମର ରବୀନ୍ଦ୍ର ବେହେରା ନାମକ ଜଣେ ଚାଷୀଙ୍କର ଖଳାବାରିରେ ଗଦା ହୋଇଥିବା ଅଢ଼େଇ ଏକର ପରିମିତ ଜମିର ଧାନ ଓ କୁଟାଗଦା ପୋଡ଼ି ପାଉଁଶ ହୋଇଯାଇଛି। କ୍ଷୟକ୍ଷତିର ପରିମାଣ ପ୍ରାୟ ୩୦ ହଜାର ଟଙ୍କାରୁ ଅଧିକ ହେବ ବୋଲି ଜଣେ ଗ୍ରାମବାସୀ କହିଛନ୍ତି। ଏ ସଂପର୍କରେ ଖବର ପାଇ ବାଲିପାଟଣାସ୍ଥିତ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହିତ ମିଶି ନିଅାଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ। ଧାନ ଅମଳ କରିବା ବେଳେ ଅମଳଯନ୍ତ୍ରରେ ବିଦ୍ୟୁତ୍‌ ସର୍ଟ୍‌ ସର୍କିଟ ଘଟି ଏହି ଅଗ୍ନିକାଣ୍ଡ ଘଟିଥିବା ନେଇ ସୂଚନା ମିଳିଛି।

ସମ୍ବନ୍ଧିତ ଖବର