ଘୁଞ୍ଚିଲା ବସ୍‌ କ୍ୟୁ ସେଲ୍ଟର୍‌ ଶିଳାନ୍ୟାସ

ଭୁବନେଶ୍ୱର : ରାଜଧାନୀରେ ନିର୍ମାଣ ହେବାକୁ ଥିବା ୨୦୦ଟି ବସ୍‌ କ୍ୟୁ ସେଲ୍ଟର୍‌ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶିଳାନ୍ୟାସ କରିବାର ଥିଲା। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସମସ୍ତ ସୂଚୀ ପ୍ରକାଶ ପାଇଥିଲା। କିନ୍ତୁ ଆଜି ସକାଳୁ ହଠାତ୍‌ କାର୍ଯ୍ୟକ୍ରମ ବାତିଲ୍‌ କରି ଦିଆଯାଇଥିଲା। କେବଳ ବସ୍‌ କ୍ୟୁ ସେଲ୍ଟର୍‌ ନୁହେଁ ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀନିବାସର ଉଦ୍‌ଘାଟନ ପାଇଁ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଥିବାବେଳେ ଏହାକୁ ବାତିଲ୍‌ କରାଯାଇଛି। ସେହିପରି ସୁବୁଦ୍ଧିପୁର, ଗାଡ଼କଣ ଓ ଚନ୍ଦ୍ରଶେଖରପୁରରେ ନିର୍ମାଣ ହେବାକୁ ଇଡବ୍ଲ୍ୟୁଏସ୍‌ ଘର ପାଇଁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିବାର ଥିଲେ ହେଁ ଏହାକୁ ବାତିଲ୍‌ କରାଯାଇଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ସବୁ କାର୍ଯ୍ୟକ୍ରମ ଆସନ୍ତା ୨୭ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଏହିଦିନ ମୁଖ୍ୟମନ୍ତ୍ରୀ ଉପରୋକ୍ତ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ।

ସମ୍ବନ୍ଧିତ ଖବର