କ୍ୟାପିଟାଲ ହସ୍ପିଟାଲରେ ଆଶାକର୍ମୀଙ୍କ ଧାରଣା

ଭୁବନେଶ୍ବର: ବିଭିନ୍ନ ଦାବି ନେଇ ଆଜି ଓଡ଼ିଶା ଆଶାକର୍ମୀ ସଂଘ ପକ୍ଷରୁ କ୍ୟାପିଟାଲ ହସ୍ପିଟାଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସଭାନେତ୍ରୀ ରାଧାରମଣ ଷଡ଼ଙ୍ଗୀଙ୍କ ନେତୃତ୍ବରେ ଏହି ଧାରଣା ଅନୁଷ୍ଠିତ ହୋଇଥିଲା। ସଂଘର ଦାବି ମଧ୍ୟରେ ରହିଛି, ବିଭିନ୍ନ ଭତ୍ତା ବୃଦ୍ଧି, ସରକାରୀ କର୍ମଚାରୀର ମାନ୍ୟତା, ଏନ୍‌ଏଚ୍‌ଏମ୍‌ଙ୍କୁ ସ୍ଥାୟୀ କରିବା, ମାସିକ ସର୍ବନିମ୍ନ ୧୮ହଜାର ଟଙ୍କା ଦରମା, ଇପିଏଫ୍‌, ପେନସନ୍, ସାମାଜିକ ସୁରକ୍ଷା, ପ୍ରତ୍ୟେକ ଆଶାକର୍ମୀଙ୍କୁ ମୋବାଇଲ୍‌ ଫୋନ୍, ଅବସର ସମୟରେ ପ୍ରତ୍ୟେକ ଆଶାକର୍ମୀଙ୍କୁ ୧ଲକ୍ଷ ଟଙ୍କାର ଗ୍ରାଚ୍ୟୁଇଟି, ବାକିଥିବା ୮ଟି ଜିଲ୍ଲାରେ ଆଶାକର୍ମୀଙ୍କୁ କିଟ୍ ପାଇଁ ୧୦ ହଜାର ଟଙ୍କା, ଆଶା ଗୃହରେ ୮ଘଣ୍ଟା କାମ, ଲେବର ରୁମ୍‌ରେ ଆଶାର ପ୍ରବେଶ, ଡାକ୍ତର ଓ ନର୍ସମାନଙ୍କର ଖରାପ ବ୍ୟବହାର ବନ୍ଦ ଆଦି ନେଇ ସଂଘ ଦାବି କରିଛି। ଏହି ଧାରଣାରେ ସଂପାଦିକା ନଳିନୀ ସାହୁ, ଉପସଭାପତି ଲୋଭାକାନ୍ତ ସ୍ବାଇଁ, ସୁରେଶ ସ୍ବାଇଁ, ସୀତାରାଣୀ ଦାସ, ପଦ୍ମିନୀ ମେହେର, ମମତା ରାଉତ, ସବିତା ପ୍ରତାପ ସିଂ, ମଞ୍ଜୁ ଦାସ, ପ୍ରଭାତୀ ନାୟକ, କୁନି ସେନାପତି, ଜୟଶ୍ରୀ ବେହେରା, ରଞ୍ଜିତା ସାହୁ ଓ ଚନ୍ଦ୍ରକଳା ଦେବୀ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର