ଭୁବନେଶ୍ବର: ନିର୍ମଳ ଭାରତ ଯୋଜନାରେ ହୋଇଥିବା ନୂଆ ନିୟମରେ ପୂର୍ବରୁ କାମ କରୁଥିବା କେତେକ ପୁରୁଣା କର୍ମଚାରୀ ବାଦ୍ ପଡ଼ିବାକୁ ଯାଉଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ପାଖାପାଖି ୨୦ ଜଣ କର୍ମଚାରୀ ବାଦ୍ ପଡ଼ିବା ଆଶଙ୍କା ସୃଷ୍ଟି ହୋଇଛି। ଏଥିପାଇଁ ଆଜି କ୍ୟାପିଟାଲ ହସ୍ପିଟାଲ ପରିସରରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ୩୦ରୁ ଊର୍ଦ୍ଧ୍ବ ସୁଇପର ଆଜି ଠିକାଦାରଙ୍କୁ ଘେରିଥିଲେ। ଏ ବୟସରେ ଚାକିରିରୁ ଛଟେଇ ହୋଇ କୁଆଡ଼େ ଯିବୁ ବୋଲି ପ୍ରଶ୍ନ କରିବା ସହ ଏଠାରେ କେହି କାମ କରିବେ ନାହିଁ ବୋଲି ମଧ୍ୟ କେତେକ ଚେତାବନୀ ଦେଇଥିଲେ। ଫଳରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଠିକାଦାର ସେମାନଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ଫଳ କିଛି ହୋଇନଥିଲା। କାହାରିକୁ ଛଟେଇ ନ କରିବା ପାଇଁ ସେମାନେ ଜିଦ୍ ଧରିଥିଲେ। ତେବେ ଯେଉଁମାନେ ନୂଆ ନିୟମରେ ଛଟେଇ ହେଉଛନ୍ତି ସେମାନଙ୍କର ପରିଜନଙ୍କୁ ଚାକିରିର ସୁଯୋଗ ଦିଆଯିବ ବୋଲି ଠିକାଦାର କହିବା ପରେ ସେମାନେ ଫେରିଥିଲେ।
ସୂଚନାଯୋଗ୍ୟ, ନିର୍ମଳ ଭାରତ ଯୋଜନାରେ ଯେଉଁମାନେ ସୁଇପର ଭାବରେ କାମ କରିବେ ସେମାନଙ୍କ ବୟସ ୫୦ ବର୍ଷ ଭିତରେ ଓ ଅତି କମ୍ରେ ସପ୍ତମ ପାସ୍ କରିଥିବେ। ଏଭଳି ନୂଆ ନିୟମ ବାବଦରେ ଠିକାଦାର କହିବା ପରେ ପାଖାପାଖି ୨୦ ଜଣ ବାଦ୍ ପଡ଼ୁଥିବା ଜଣା ପଡ଼ିଥିଲା। କେତେକ ସପ୍ତମ ପାସ୍ କରିଥିଲେ ମଧ୍ୟ ପାଖରେ ପ୍ରମାଣପତ୍ର ନଥିବା ଜଣାପଡ଼ିଥିଲା। ଏଣୁ ସେମାନେ କିଛି ସମୟ ମାଗିଥିଲେ। କିନ୍ତୁ ଦୁଇଦିନ ଭିତରେ ପ୍ରମାଣପତ୍ର ଦାଖଲ ନ କଲେ ଚାକିରି ଚାଲିଯିବ ବୋଲି ଠିକାଦାର ଶୁଣାଇବାରୁ ଉତ୍ତେଜନା ପ୍ରକାଶ ପାଇଥିଲା।
ସଫେଇ କର୍ମଚାରୀଙ୍କୁ ଛଟେଇ ଆଶଙ୍କା, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
/sambad/media/post_attachments/wp-content/uploads/2019/09/dgdlagkdapkgdagadlfm.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)