ବାଇକ୍‌କୁ ଧକ୍କା ଦେଇ ହ୍ରଦରେ ପଶିଲା କାର୍‌

ବାରଙ୍ଗ : ବାରଙ୍ଗ ଡାକ୍ତରଖାନା ଓ ନନ୍ଦନକାନନ ଛକ ମଧ୍ୟରେ ଥିବା ନୂଆ ରାସ୍ତାର ମଝିରେ ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ଏକ କାର (ଓଡି-ଏଚ୍‌ଏନ୍‌-୯୭୯୮) ବାଇକ୍‌କୁ ପଛପଟୁ ଧକ୍କା ଦେଇଥିଲା। କାର୍‌ଟି ଚାଳକ ସହ ବାଇକ୍‌ଟିକୁ ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା। ପରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଗଛକୁ ଧକ୍କା ଦେଇ ହ୍ରଦ ମଧ୍ୟକୁ ପଶି ଯାଇଥିଲା। କାର୍‌ ଭିତରେ ଥିବା ଚାଳକ ଓ ଯାତ୍ରୀମାନେ କାଚ ଭାଙ୍ଗି ପଦାକୁ ବାହାରି ତରବରିଆ ଭାବେ ପଳାଇଥିଲେ। ସେହିପରି ହ୍ରଦ ମଧ୍ୟକୁ ପଶି ଯାଇଥିବା ବାଇକ୍‌ ଚାଳକଙ୍କୁ କିଛି ଯୁବକ ପଙ୍କରୁ ଉଦ୍ଧାର କରିଥିଲେ। ବାରଙ୍ଗ ଥାନା ପୁଲସି ୨ଟି ଆମ୍ବୁଲାନ୍ସ ସହିତ ଘଟଣା ସ୍ଥଳରେ ପହଞ୍ଚିଥିଲା। ମାତ୍ର ସେତେବେଳକ ଅହତମାନେ କେହି ନଥିଲେ। ମାତ୍ର ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ଘଟଣାର ତଦନ୍ତ କରୁଛି। ତେବେ କାର୍‌ ଯାତ୍ରୀ ଓ ଚାଳକ ଏପରି ତରବରିଆ ଭାବେ ଖସି ପଳାଇବା ଘଟଣା ସାଧାରଣରେ ଚର୍ଚାର ବିଷୟ ପାଲଟିଛି। ଦୁର୍ଘଟଣା ଘଟାଇଥିବା କାର୍‌ଟି ଜଣେ ପୁଲିସ କର୍ମଚାରୀଙ୍କ ନାମରେ ଥିବା ଥାନା ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର