ରାସ୍ତା କଡ଼ରେ ସନ୍ଦିଗ୍ଧ କାର୍‌

ଭୁବନେଶ୍ୱର : ରୂପାଲି ଛକଠାରୁ ରିଜିଓନାଲ ଛକ ରାସ୍ତା ପାର୍ଶ୍ବରେ ସନ୍ଦେହଜନକ ଭାବେ ଗତ ୫ ଦିନ ହେଲା ଏକ କାର୍‌ ପାର୍କିଂ ହୋଇଛି। କାର୍‌ ଉପରେ ଧୂଳି ଜମିଗଲାଣି ହେଲେ ମାଲିକ କି ପୁଲିସକୁ ଏ ନେଇ ନିଘା ନାହିଁ। ଗାଡ଼ିଟି ତେଲେଙ୍ଗାନାରେ ପଞ୍ଜୀକରଣ ହୋଇଥିବା ବେଳେ ଖଗେଶ୍ବର ନାୟକଙ୍କ ନାମରେ ରହିଛି। ଗାଡ଼ିର ବୀମା ଅବଧି ୨୦୧୧ରୁ ଶେଷ ହୋଇଯାଇଛି। କିଏ ଏଭଳି ପରିତ୍ୟକ୍ତ ଅବସ୍ଥାରେ କାର୍‌କୁ ରଖିଛି ସେନେଇ ‌ସନ୍ଦେହ ପ୍ରକାଶ ପାଇଛି। କୌଣସି ଅପରାଧରେ ବ୍ୟବହାର କରାଯିବା ପରେ ଧରାପଡ଼ିବା ଭୟରେ ଏପରି ଛାଡ଼ି ଦିଆଯାଇଥିବା ଆଲୋଚନା ହେଉଛି। ଖବର ପାଇବା ପରେ ଅନୁସନ୍ଧାନ ଆରମ୍ଭ ହୋଇଥିବା ଟ୍ରାଫିକ୍‌ ଏସିପି ଅନୁପ କାନୁନଗୋ କହିଛନ୍ତି।

ସମ୍ବନ୍ଧିତ ଖବର