ଆହତଙ୍କ ଚିକିତ୍ସା ପାଇଁ ଟ୍ରାଫିକ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେବ ‘କେୟାର ହସ୍ପିଟାଲ’

ଭୁବନେଶ୍ୱର : ଏକ ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ ଆକସ୍ମିକ ହୃଦ୍‌ଘାତର ଶିକାର ହେଉଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୬୦% ଉପଯୁକ୍ତ ପ୍ରାଥମିକ ଚିକିତ୍ସା ଅଭାବରୁ ମୃତ୍ୟୁମୁଖରେ ପଡ଼ନ୍ତି। ଏଭଳି କ୍ଷେତ୍ରରେ ରାସ୍ତାଘାଟରେ ହଠାତ୍‌ ହୃଦ୍‌ଘାତର ଶିକାର ହେଉଥିବା ଲୋକଙ୍କ ସହାୟତା ଲାଗି କମିସନରେଟ୍‌ ପୁଲିସ ଟ୍ରାଫିକ କନ୍‌ଷ୍ଟେବଲ୍‌ଙ୍କୁ ପ୍ରଶିକ୍ଷଣ ଦେବାକୁ ଯୋଜନା ଆରମ୍ଭ କରିଛି। ଏଥିରେ ସହାୟତାରେ ହାତ ବଢ଼ାଇଛି କେୟାର ହସ୍ପିଟାଲ। ଟ୍ରାଫିକ କର୍ମଚାରୀଙ୍କୁ ଏଥିପାଇଁ ଆବଶ୍ୟକ ପ୍ରଶିକ୍ଷଣ ଦେବା ଲାଗି କେୟାର ହସ୍ପିଟାଲର ‘କ୍ରିଟିକାଲ କେୟାର’ ଶାଖା ଏକ ପଦକ୍ଷେପ ନେଇଛି। ଏନେଇ ଆଜି କେୟାର ହସ୍ପିଟାଲ ପକ୍ଷରୁ ଟ୍ରାଫିକ୍‌ ଥାନା ଅଡିଟୋରିୟମ୍‌ରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯାଇଥିଲା। ପର୍ଯ୍ୟାୟକ୍ରମେ ଟ୍ରାଫିକ କର୍ମଚାରୀଙ୍କୁ ଏହି ପ୍ରଶିକ୍ଷଣ ଦିଆଯିବ। ରାସ୍ତାରେ କେହି ହୃଦ୍‌ଘାତର କିମ୍ବା ଦୁର୍ଘଟଣାର ଶିକାର ହେଲେ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ସହାୟତା ଦେବେ ଏବଂ ହସ୍ପିଟାଲକୁ ସ୍ଥାନାନ୍ତର କରିବା ସଂପର୍କରେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ।

କେୟାର ହସ୍ପିଟାଲ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତରିକ୍ତ ପୁଲିସ କମିସନର ପିଏସ୍‌ ରଣ୍‌ପିସେ ଉଦ୍‌ଘାଟକ ଭାବେ ଯୋଗ ଦେଇଥିଲେ। କେୟାର ହସ୍ପିଟାଲର ଉପସଭାପତି ଦେବାଶିଷ ରୟ, ଡା. ପ୍ରଜ୍ଞାନ କୁମାର ରାଉତରାୟ, ଡିସିପି(ଟ୍ରାଫିକ) କୃଷ୍ଣଚନ୍ଦ୍ର ସାମଲ, ଏସିପି ଯତୀନ ପଣ୍ଡା, ଆଇଆଇସି ସୁରେନ୍ଦ୍ର ବଳ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର