କେୟାର୍‌ ହସ୍‌ପିଟାଲରେ ସ୍ୱତନ୍ତ୍ର କ୍ଲିନିକ୍‌

0 58

ଭୁବନେଶ୍ୱର: ସ୍ନାୟୁ ରୋଗର ଉନ୍ନତ ମାନର ଚିକିତ୍ସା ପାଇଁ କେୟାର ହସ୍‌ପିଟାଲ ପରିସରରେ ସ୍ୱତନ୍ତ୍ର କ୍ଲିନିକ୍‌ ଉଦ୍‌ଘାଟିତ ହୋଇଛି। ଜଟିଳ ମୁଣ୍ଡବ୍ୟଥା, ବାତରୋଗ, ମେରୁଦଣ୍ଡ ଜନିତ ଜଟିଳ ସମସ୍ୟା, ପକ୍ଷଘାତ, ମସ୍ତିଷ୍କ ଟ୍ୟୁମର ଓ ସ୍ନାୟୁବିକ ଯନ୍ତ୍ରଣାର ଚିକିତ୍ସା ପାଇଁ ସ୍ୱତନ୍ତ୍ର ଚିକିତ୍ସା ସେବା ଉପଲବ୍ଧ ହେବ। ଏହାକୁ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ ଓ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଛି। ହସ୍‌ପିଟାଲର ମେଡ଼ିକାଲ ନିର୍ଦେଶକ ଡା. ମହେନ୍ଦ୍ର ପ୍ରସାଦ ତ୍ରିପାଠୀ, ସ୍ନାୟୁ ବିଭାଗ ବିଶେଷଜ୍ଞ ଡା. ପ୍ରଦ୍ୟୁତ ରଞ୍ଜନ ଭୂୟାଁ, ଡା. ଶୁଭ୍ରାଂଶୁ ଶେଖର ଜେନା, ଡା. ସିଦ୍ଧାର୍ଥ ଶଙ୍କର ସାହୁ, ଡା. ରଣଧିର ମିତ୍ର, ହସ୍‌ପିଟାଲର ଏଫ୍‌ସିଓ ମୟୂର ଦାଭେ, ମେଡିକାଲ ସୁପରିଟେଣ୍ଡଣ୍ଟ ଡା. ଚିରନ୍ତନ ବୋଷ ପ୍ରମୁଖ ଉପସ୍ଥିତ ଥିଲେ। ଆଗକୁ ଯନ୍ତ୍ରଣା କମ୍‌ ହେବା ଭଳି କ୍ଲିନିକ୍‌ ମଧ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ମାଇଗ୍ରେନ୍‌ ସମସ୍ୟା ପାଇଁ ସ୍ୱତନ୍ତ୍ର ଭାବେ ଏକ କ୍ଲିନିକ୍‌ କାର୍ଯ୍ୟକ୍ଷମ ହେବ। ଏବେ ଏହି ସ୍ନାୟବିକ ରୋଗ ଅଧିକାଂଶଙ୍କୁ ଆକ୍ରମଣ କରିଥିବାରୁ ଏଭଳି ଏକ ପଦକ୍ଷେପ ନିଆଯାଇଛି ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.