ମମତା ବାନାର୍ଜୀଙ୍କ ବିରୋଧରେ ଏତଲା

ଭୁବନେଶ୍ୱର : ଗତ ୮ ତାରିଖରେ ପଶ୍ଚିମବଙ୍ଗର ମୁର୍ସିଦାବାଦ୍‌ରେ ‌ହୋଇଥିବା ଜଘନ୍ୟ ହତ୍ୟାକାଣ୍ଡ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦୁର୍ବଳ ଶାସନକୁ ଦାୟୀ କରିଛି ଗୁଡ୍‌ ଇଭିନିଂ ଇଣ୍ଡିଆ। ଏହି ଅନୁଷ୍ଠାନ ପକ୍ଷରୁ ଆଜି କ୍ୟାପିଟାଲ ଥାନାରେ ମମତାଙ୍କ ବିରୋଧରେ ଏକ ଏତଲା ଦିଆଯାଇଛି। ଅନୁଷ୍ଠାନ ଦର୍ଶାଇଛି, ବିଭିନ୍ନ ସମୟରେ ମମତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ପ୍ରତି‌ଶୋଧ ନେବା ପାଇଁ ଭାଷଣ ଦେଉଛନ୍ତି। ମୃତ୍ୟୁବରଣ କରିଥିବା ପରିବାର ଟିଏମ୍‌ସିର ସମର୍ଥକ ନଥିବାରୁ ମୁଖ୍ୟମନ୍ତ୍ରୀଙ୍କ ସମର୍ଥକମାନେ ପରିବାରର ତିନିଜଣଙ୍କୁ ହତ୍ୟା କରିଛନ୍ତି। ଏଣୁ ମମତା ବାନାର୍ଜୀଙ୍କୁ ଗିରଫ କରାଯାଉ ବୋଲି ମନୋଜ ସାହୁ, ସୌମ୍ୟରଞ୍ଜନ ପ୍ରମୁଖ ଦାବି କରିଛନ୍ତି। ଏ ନେଇ ସେମାନେ ଏକ ବିକ୍ଷୋଭ ଶୋଭାଯାତ୍ରା ମଧ୍ୟ ଆୟୋଜନ କରିଥିଲେ।

ସମ୍ବନ୍ଧିତ ଖବର