ଖୋର୍ଧା: ଯୁବକ ନିଖୋଜ ନେଇ ଥାନାରେ ଏତଲା

ଭୁବନେଶ୍ୱର: ଖୋର୍ଧା ଜିଲ୍ଲା ଜଙ୍କିଆ ଥାନା ଅଧୀନ ଡମଣଭୂଇଁ ଗ୍ରାମର ଅଜୟ କୁମାର ସାମନ୍ତରାୟ (୪୦) ଗତ ୧୩ ତାରିଖରୁ କେଉଁଆଡ଼େ ନିଖୋଜ ହୋଇଯାଇଛନ୍ତି। ଏନେଇ ପରିବାର ଲୋକେ ଜଙ୍କିଆ ଥାନାରେ ଅଭିଯୋଗ କରିଛନ୍ତି। ପରିବାର ଲୋକଙ୍କ କହିବା ଅନୁଯାୟୀ, ୧୩ ତାରିଖ ଦିନ ଅଜୟ ଘରୁ ରାଗି କେଉଁଆଡ଼େ ପଳାଇ ଯାଇଛନ୍ତି। ସବୁ ବନ୍ଧୁବାନ୍ଧବଙ୍କ ଘରେ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର ପତ୍ତା ମିଳିନାହିଁ। ତେଣୁ କେହି ସହୃଦୟ ବ୍ୟକ୍ତି ତାଙ୍କର ପତ୍ତା ପାଇଲେ ତାଙ୍କ ବଡ଼ ଭାଇଙ୍କ ମୋ: ୯୯୩୭୭୬୯୦୫୪ରେ ଯୋଗଯୋଗ କରିବାକୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର