ସିସିଡବ୍ଲ୍ୟୁଏସ୍‌ଡିର ଶିଶୁ ପ୍ରତିଭା ମହୋତ୍ସବ

ଭୁବନେଶ୍ୱର: ସାମାଜିକ ସଂଗଠନ ଶିଶୁ ବିକାଶ ଓ ସମାଜ ଉନ୍ନୟନ କେନ୍ଦ୍ର (ସିସିଡବ୍ଲ୍ୟୁଏସ୍‌ଡି) ପକ୍ଷରୁ ଓୟୁଏଟି ପରିସରରେ ରାଜ୍ୟସ୍ତରୀୟ ଶିଶୁ ପ୍ରତିଭା ମହୋତ୍ସବର ଦ୍ୱିତୀୟ ଦିନରେ ୫୦୦ରୁ ଊର୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ସାଇବର୍‌ ଅଲିମ୍ପିୟାଡ୍‌, ମାନସିକ ଦକ୍ଷତା, ଇଂରାଜୀ ଅଲିମ୍ପିୟାଡ୍‌ ଓ ନୃତ୍ୟ ଭଳି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ସାରା ରାଜ୍ୟରୁ ଛାତ୍ରଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ଆଗାମୀ ୧୬ ତାରିଖରେ ଜୟଦେବ ଭବନରେ ହେବାକୁ ଥିବା ଉଦ୍‌ଯାପନୀ ଉତ୍ସବରେ ଶିଶୁ ବିକାଶ ମେଧାବୃତ୍ତି ପରୀକ୍ଷାରେ ୨୩୨ଜଣ କୃତୀ ଛାତ୍ରଛାତ୍ରୀଙ୍କ ସମେତ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ ବୋଲି କେନ୍ଦ୍ରର ସମ୍ପାଦକ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ କହିଛନ୍ତି। ଏହି କାର୍ଯ୍ୟକ୍ରମକୁ କେନ୍ଦ୍ରର ଉପସଭାପତି ଚନ୍ଦ୍ରକାନ୍ତ ହାଜରା, ଜ୍ୟୋତ୍ସ୍ନା ରାଉତ, ମମତା ଦାଶ, ରେଣୁବାଳା ପଲେଇ, ସୁବାସ ଦଳାଇ, ପ୍ରିୟଙ୍କା ମହାରଣା ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର