ମଧ୍ୟ ଭୁବନେଶ୍ବରରେ ଶତାଧିକ ମହିଳାଙ୍କ ବିଜେପିରେ ଯୋଗଦାନ

ଭୁବନେଶ୍ବର: ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀରେ ବିଜେପିର ଏକ ମିଶ୍ରଣ ପର୍ବ ଆଜି ଅନୁଷ୍ଠିତ ହୋଇଯାଇଛି। ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଉପସ୍ଥିତିରେ ବହୁ ମହିଳା ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ। ବନ୍ଦିତା ପାଲ, ନିବେଦିତା ପାଲ, ମମତା ବାରିକ ଓ ଶାନ୍ତିଲତା ସ୍ବାଇଁଙ୍କ ସମେତ ଶତାଧିକ ମହିଳା ବିଜେପିରେ ଯୋଗ ଦେଇଥିଲେ। ମୋଦୀ ସରକାରଙ୍କ ଉଜ୍ଜଳା ଯୋଜନା ଓ ମହିଳା ସଶକ୍ତୀକରଣ ଯୋଜନାରେ ପ୍ରଭାବିତ ହୋଇ ସେମାନେ ବିଜେପିରେ ଯୋଗ ଦେଇଛନ୍ତି ବୋଲି କହିଥିଲେ। ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କ ସମେତ ଜିଲ୍ଲା ସାଧାରଣ ସମ୍ପାଦକ ବିଭାସ ସେନଗୁପ୍ତ, ମହିଳା ମୋର୍ଚ୍ଚା ସଭାନେତ୍ରୀ ତନୁଶ୍ରୀ ପଟେଲ, ଉପସଭାନେତ୍ରୀ ପଦ୍ମାବତୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ।।

ସମ୍ବନ୍ଧିତ ଖବର