ସେଣ୍ଟର୍‌ ଫର ଏସିଆନ୍‌ ଷ୍ଟଡିଜ୍‌ର ବାର୍ଷିକ ବକ୍ତୃତା ୧୮ରେ

ଭୁବନେଶ୍ବର: ଦି ପଲିଟିକାଲ୍‌ ଆଣ୍ଡ ବିଜିନେସ୍‌ ଡେଲି ଏବଂ ସେଣ୍ଟର୍‌ ଅଫ୍ ଏସିଆନ୍‌ ଷ୍ଟଡିଜ୍‌ର ବାର୍ଷିକ ବକ୍ତୃତା ୧୮ ତାରିଖରେ ଅନୁଷ୍ଠିତ ହେବ। ଭୁବନେଶ୍ବର ପ୍ରେସ୍‌ କ୍ଲବ୍‌ରେ ପୂର୍ବାହ୍ଣ ୧୧ଟାରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ମୁମ୍ବାଇ ସହରାଞ୍ଚଳ ଉପରେ ବିଶେଷ ଜ୍ଞାନ ରଖିଥିବା ପ୍ରତିଷ୍ଠିତ ଐତିହାସିକ ମୁରଲୀ ରଙ୍ଗନାଥନ୍‌ ଯୋଗଦେଇ ବକ୍ତୃତା ଦେବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ ରଙ୍ଗନାଥନ୍‌ ‘ଅର୍ବାନ୍‌ ହିଷ୍ଟ୍ରି ଇନ୍‌ ଇଣ୍ଡିଆ: ଓଲ୍‌ଡ ଟ୍ରାଡିସନ୍‌, ନ୍ୟୁ ପ୍ରାକ୍ଟିସ୍‌’ ଉପରେ ନିଜର ବକ୍ତବ୍ୟ ରଖିବେ ବୋଲି ଭୁବନେଶ୍ବର ସେଣ୍ଟର୍‌ ଫର୍ ଏସିଆନ୍‌ ଷ୍ଟଡିଜ୍‌ର ନିର୍ଦେଶକ ସଂଗ୍ରାମ ଜେନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର