ପରିବେଷିତ ହେଲା ‘ଚଇତି ଘୋଡ଼ା ନାଚ’

ଭୁବନେଶ୍ୱର : ଅଜି ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥିଲା ‘ଚଇତି ଘୋଡ଼ା ନାଟ’। ରାଉତ- ରାଉତୁଣୀଙ୍କ କୈବର୍ତଗୀତା ସହ ଗ୍ରାମାଞ୍ଚଳ କବିଙ୍କ ରଚିତ କାବ୍ୟକୁ ନେଇ ନିଚ୍ଛକ ଅଭିନୟ ଓ ନୃତ୍ୟ ପରିବେଷଣ ଦର୍ଶକଙ୍କୁ ବିମୋହିତ କରୁଥିଲା। ଚୈତ୍ର ପୂର୍ଣ୍ଣିମାଠାରୁ ବୈଶାଖ ମାସ ଅଷ୍ଟମୀ ଯାଏଁ ଏହି ନୃତ୍ୟ ପରିବେଷଣର ନିୟମ ଥିବାରୁ ଆଜି ଭାରତୀୟ ବିଦ୍ୟାଭବନ ଓ ଇମ୍ଫୋସିସ୍‌ ଫାଉଣ୍ଡେସନ୍‌ର ମିଳିତ ସହଯୋଗରେ ଆୟୋଜିତ ଲୁପ୍ତପ୍ରାୟ ଲୋକକଳାର ୪୮ତମ ସନ୍ଧ୍ୟା ଦର୍ଶକଙ୍କୁ ଏହି ଭେଟି ଦେଇଥିଲା। କଟକ ଚୌଦ୍ୱାରର ସଂଗୀତ କଳା ସଂସଦ ପକ୍ଷରୁ ଏହି ନୃତ୍ୟ ପରିବେଷଣ କରାଯାଇଥିଲା। ଶିଳ୍ପୀ ଉତ୍ସବ ଚରଣ ଦାସ ସାଥୀ କଳାକାରଙ୍କ ସହ ଏହା ପରିବେଷଣ କରିଥିଲେ। ଭାରତୀୟ ବିଦ୍ୟାଭବନର ସହଯୋଗୀ ନିର୍ଦ୍ଦେଶକ ମନ୍ମଥ କୁମାର ଶତପଥୀ ଏହାକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର