କଟକର ଚକୁଳି ମାଉସୀ, ୫ ଟଙ୍କାର ବାମ୍ଫ ଚକୁଳିରେ ପୂରିଯାଏ ପେଟ

କଟକ: ଚକୁଳି ଖାଇବ, ଚକୁଳି, ୫ ଟଙ୍କାରେ ପେଟପୁରା ଚକୁଳି ଖାଇବାକୁ ଦେଉଛନ୍ତି କଟକ ନନ୍ଦୀ ସାହିର ଚକୁଳି ମାଉସୀ ଅନ୍ନପୂର୍ଣ୍ଣା ସାହୁ | ଚକୁଳି ସାଙ୍ଗକୁ ଧନିଆ-ରସୁଣର ଚଟଣି ଯିଏ ଥରେ ଖାଇଛି ସିଏ ବାରମ୍ବାର ଆସିଛି | କାରଣ ମାଉସୀର ଏହି ଚକୁଳି ପ୍ରସ୍ତୁତିରେ ଭରି ରହିଥାଏ ଅମାପ ଆତ୍ମୀୟତା | ସେଥିପାଇଁ ତ ସ୍ନେହ ମିଶା ବାମ୍ପ ଚକୁଳି ଖାଇବାକୁ ଛୁଟି ଆସନ୍ତି କଟକିଆ | ୪୫ ବର୍ଷ ଧରି କଟକର ଏହି କୁନି ଘରେ ମାଉସୀ ପରସି ଚାଲିଛନ୍ତି ଚକୁଳି | ମୁସମୁସିଆ ଚକୁଳି ଖାଇବାକୁ ସବୁ ବର୍ଗର ଲୋକ ଭିଡ ଜମାନ୍ତି |

ଫଟୋ ସୌଜନ୍ୟ-ତରଣୀ ଟ୍ରଟର

ମାଉସୀ ଆଉ ଖଣ୍ଡେ ତୁମ ସୁଆଦିଆ ଚକୁଳି ଦିଅ, କିଛି ଏହି କଥା ମାଉସୀର ଛୋଟ ଦୋକାନରେ ସବୁବେଳେ ଶୁଣିବାକୁ ମିଳେ | ବଡି ଭୋରରୁ ଉଠି ମାଉସୀ ଲାଗିପଡନ୍ତି ଚକୁଳି ପ୍ରସ୍ତୁତିରେ |

ସକାଳ ୬ଟାରୁ ଦିନ ୧୧ଟା ଯାଏଁ ଖୋଲେ ମାଉସୀଙ୍କର ଏହି ଚକୁଳି ପସରା | ବିଶେଷ କରି ଡେ଼କଚି ଉପରେ ପିଠଉରେ ପ୍ରସ୍ତୁତ କରନ୍ତି ଭିନ୍ନ ଚକୁଳି | ସେଥିପାଇଁ ତ ସ୍ଥାନୀୟ ଅଞ୍ଚଳର ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ମାଉସୀଙ୍କର ନିତିଦିନିଆ ଗ୍ରାହକ ପାଲଟିଯାଇଛନ୍ତି |ହୋଟେଲରେ ହୁଏତ ଏହି ବାମ୍ଫ ଚକୁଳି ମିଳି ନପାରେ, କିନ୍ତୁ ଅନ୍ନପୂର୍ଣ୍ଣା ମାଉସୀଙ୍କ ଚକୁଳି ଯଦି ଖାଇଥାନ୍ତି ତେବେ ଅଭୁଲା ହୋଇ ରହିଯିବ |

ସମ୍ବନ୍ଧିତ ଖବର