ଚନ୍ଦନ ପ୍ରତିଭା ଉତ୍ସବ

ଭୁବନେଶ୍ୱର : ସ୍ୱରତୀର୍ଥ ସଂଗୀତ ଅନୁଷ୍ଠାନ ପକ୍ଷରୁ ‘ଚନ୍ଦନ ପ୍ରତିଭା ଉତ୍ସବ- ୨୦୧୮’ ସୋମବାର ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାରେ ଲୁଚି ରହିଥିବା ପ୍ରତିଭାର ବିକାଶ ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ କଳାକାର ଓ ସଙ୍ଗୀତପ୍ରେମୀ ଯୋଗଦେଇ ନିଜ କଳାର ପରିଚୟ ଦେଇଥିଲେ। ଏଥିରେ ୨୦୦ ଜଣ ପ୍ରତିଯୋଗୀ ସଙ୍ଗୀତ ଓ ନୃତ୍ୟ ବିଭାଗରେ ଭାଗ ନେଇଥିଲେ। କାର୍ଯ୍ୟକ୍ରମକୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ସାମଲ ଉଦ୍‌ଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ମେୟର ଅନନ୍ତ ନାରାୟଣ ଜେନା, ସମ୍ମାନିତ ଅତିଥି ଭାବେ ସଙ୍ଗୀତ ଗୁରୁ ରାମହରି ଦାସ, ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ ଏବଂ ପ୍ରଫୁଲ୍ଲ ମହାରାଜ ଯୋଗ ଦେଇଥିଲେ। ବ୍ୟସ୍ତବହୁଳ ଜୀବନକୁ ସରସ ସୁନ୍ଦର ଓ ଯନ୍ତ୍ରଣାମୁକ୍ତ କରିବା ପାଇଁ ନୃତ୍ୟ, ସଙ୍ଗୀତ ଏକ ବଳିଷ୍ଠ ମାଧ୍ୟମ ବୋଲି ଅତିଥିମାନେ ମତ ଦେଇଥିଲେ। ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବା ବେଳେ ଅନୁଷ୍ଠାନର ଅଧ୍ୟକ୍ଷା ଶାନ୍ତିଲତା ବାରିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସଭା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

ସମ୍ବନ୍ଧିତ ଖବର